ନଷ୍ଟ ହୋଇପାରେ ସୁଶାନ୍ତ ସିଂହଙ୍କ ମୃତ୍ୟୁର ସବୁ ପ୍ରମାଣ : କଙ୍ଗନାଙ୍କ ବଡ଼ ବୟାନ୍

ମୁମ୍ବାଇ:-ସୁଶାନ୍ତ ସିଂହ ରାଜପୁତ ମାମଲାରେ ବର୍ତ୍ତମାନ ପୋଲିସ୍ ତଦନ୍ତ ଜାରି ରହିଛି। ପୋଲିସ୍ ଏହି ମାମଲାର ରହସ୍ୟ ସମାଧାନ କରିବାକୁ ଲାଗିଥିବାବେଳେ ଏହି ମାମଲାର ଏବେ ଯାଏଁ କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ଏହି ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଭାଇରାଲ୍ ହେଉଛି ଯେଉଁଥିରେ ସୁଶାନ୍ତଙ୍କ ଆକାଉଣ୍ଟରୁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଫଲୋ କରାଯାଇଛି।ନିକଟରେ ସୁଶାନ୍ତଙ୍କ ଜଣେ ଫ୍ୟାନ୍ ଏକ ସ୍କ୍ରିନଶଟ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଆକାଉଣ୍ଟରୁ ଆଲିଆଙ୍କୁ ଫଲୋ କରାଯାଇଛି କିନ୍ତୁ ଏହା ସେହି ସମୟରେ ହୋଇଛି ଯେତେବେଳେ ସୁଶାନ୍ତ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ। ଏପରି ପରିସ୍ଥିତିରେ ଏକଥା ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଅଡ଼ୁଆ ଲାଗିଥିଲା ଏବଂ ସେମାନେ ସୋସିଆଲ୍ ମିଡିଆରେ ଏହି ସ୍କ୍ରିନଶଟ୍ ସେୟାର କରି ଲେଖିଛନ୍ତି,‘ସୁଶାନ୍ତଙ୍କ ସ୍ମାର୍ଟଫୋନ୍ କିଏ ବ୍ୟବହାର କରୁଛି?ଏହା ଦେଖନ୍ତୁ ସ୍କ୍ରିନଶଟ୍। ସୁଶାନ୍ତ ଆଲିୟାଙ୍କୁ ଫଲୋ କରିଛନ୍ତି। ଏହା ତାଙ୍କ ଟ୍ବିଟର ଆକାଉଣ୍ଟରେ ନୋଟିଫିକେସନ ରହିଛି।’ସେପଟେ ବଲିଉଡ କୁଇନ୍ କଙ୍ଗନା ଏଥିରେ ଓ୍ବାର୍ କରିବାରେ ପଛକୁ ହଟି ନାହାନ୍ତି ଏବଂ କଙ୍ଗନା ୟୁଜରଙ୍କ ଟ୍ବିଟ୍ ସେୟାର କରି ଲେଖିଛନ୍ତି,‘ଏବେ ତ ସୁଶାନ୍ତ ମାମଲାରେ ସିବିଆଇ ତଦନ୍ତ ହେବା ଉଚିତ୍। ରିୟାଙ୍କ ପାଖରେ ସୁଶାନ୍ତଙ୍କ ସମସ୍ତ ଗ୍ୟାଜେଟ୍ ରହିଛି। ହୋଇପାରେ ମହେଶ ଭଟ୍ଟଙ୍କ ଠାରୁ ଆଦେଶ ଆସିଛି ଯେ ଆଲିଆଙ୍କୁ ଫଲୋ କରିବାର ଅଛି। ସୁଶାନ୍ତଙ୍କ ଅନେକ ପୋଷ୍ଟ ଡିଲିଟ୍ ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *