ବିହାରରେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ବଢିଲା କରୋନା ଲକଡାଉନ
ପାଟନା :-କରୋନା ଭାଇରସ ମହାମାରୀ ଯୋଗୁ ବିହାରର ସହରାଞ୍ଚଳମାନଙ୍କରେ ଜାରି ଲକଡାଉନ୍କୁ ସରକାର ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିଛନ୍ତି। ପୂର୍ବ ଭଳି ଲକଡାଉନ ବେଳେ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଜାରି ରହିବ ବୋଲି ରାଜ୍ୟ ଗୃହମନ୍ତ୍ରାଳୟ ଗୁରୁବାର ଜାରି କରିଥିବା ଲକଡାଉନ ଗାଇଡଲାଇନରେ କଡାକଡି ନିର୍ଦ୍ଦେଶ ଦେଇଛନ୍ତି।ଏହା ଛଡା ୧ ଅଗଷ୍ଟରୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ସମେତ ପୌରାଞ୍ଚଳ ଲାଗି ଅତିରିକ୍ତ କଟକଣା ମଧ୍ୟ ଜାରି କରାଯାଇଛି। ତେବେ ଲକଡାଉନ ସମୟରେ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ ବୋଲି ମାର୍ଗଦର୍ଶନରେ କୁହାଯାଇଛି। ସେହିପରି ଘରୋଇ କାର୍ଯ୍ୟାଳୟମାନେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ ବୋଲି ଗାଇଡଲାଇନରେ କୋହଳ କରାଯାଇଛି। ଏହି ସମୟରେ ସଡକ କଡ ଢାବା, ରେଷ୍ଟୁରାଣ୍ଟ ଆଦି କେବଳ ଡେଲିଭରୀ ସର୍ଭିସ ଲାଗି ଖୋଲି ପାରିବେ।










