ରାଜସ୍ଥାନ ରାଜନୀତି: ମୁଖ୍ୟମନ୍ତ୍ରୀଙ୍କ ପରେ ରାଜ୍ୟପାଳଙ୍କୁ ଭେଟିଲେ ବାଚସ୍ପତି

ଜୟପୁର:-ରାଜସ୍ଥାନ ରାଜନୀତିରେ ଉଠିଥିବା ଝଡ ଥମିବାର ନାଁ ନେଉନି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ବିଧାସଭା ଆହ୍ୱାନକୁ ନେଇ ଅଡି ଯାଇଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ନିମନ୍ତେ ୨୧ ଦିନିଆ ନୋଟିସ୍  ମାଗୁଛନ୍ତି । ଏପରି ପରିସ୍ଥିତିରେ ବୁଧବାର ବିଧାନସଭା ବାଚସ୍ପତି ଡା.ସି.ପି.ଯୋଶୀ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ରାଜସ୍ଥାନ ବିଧାନସଭା ବାଚସ୍ପତି ଜନ୍ମଦିନ ଅବସରରେ ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜ୍ୟପାଳ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିବା ସହ ବାଚସ୍ପତିଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥଲେ। ସାକ୍ଷାତ ଅବସରରେ ବାଚସ୍ପତିଙ୍କୁ ରାଜ୍ୟପାଳ ଉପହାରରେ ଏକ ଗିତା ଦେଇଛନ୍ତି। ସେହିପରି ବାଚଷ୍ପତ୍ତି ରାଜ୍ୟପାଳଙ୍କୁ ଉତ୍ତରୀୟ ପ୍ରଦା ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ବୋଲି ରାଜ୍ୟପାଳଙ୍କ ମୁଖପାତ୍ର କହିଛନ୍ତି।

ଜୁଲାଇ ୩୧ରେ ରାଜସ୍ଥାନ ବିଧାନସଭା ଆହ୍ୱାନ କରିବା ଲାଗି ଗହଲୋତଙ୍କ ମନ୍ତ୍ରୀମଣ୍ଡଳ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି। ତେବେ ଏଥିଲାଗି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ୨୧ ଦିନର ନୋଟିସ୍ ଦିଅ ବୋଲି ମନ୍ତ୍ରୀମଣ୍ଡଳକୁ ଜଣାଇ ଦେଇଛନ୍ତି। ତେବେ ମନ୍ତ୍ରୀମଣ୍ଡଳ ରାଜ୍ୟପାଳଙ୍କ ପତ୍ର ସହ ବିଧାନସଭା ଅଧିବେଶନ ନିମନ୍ତେ ନିବେଦନ ପୁଣି ପଠାଇ ଦେଉଛନ୍ତି। ହେଲେ ରାଜ୍ୟପାଳ ଏହାକୁ ସ୍ୱୀକାର କରୁନଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ରାଜ୍ୟପାଳଙ୍କୁ ଭେଟିଥିଲେ।

ରାଜ୍ୟପାଳଙ୍କ ସହ ପ୍ରାୟ ୧୫ ମିନିଟ୍ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ହେଲେ ବିଧାନସଭା ଅଧିବେଶନ ଲାଗି ଜାରି ଗତିରୋଧ ସମାଧାନ ହୋଇପାରିନି। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ନୋଟିସ୍‌ର ସର୍ତ୍ତକୁ ନେଇ ମୁଖ୍ୟମନ୍ତ୍ରୀ ୨୧ ଦିନ ହେଉ କି ୩୧ ଦିନ ଫଳାଫଳ ନିଶ୍ଚିତ ଆମ ସପକ୍ଷରେ ଯିବ।  ସ୍ୱାଧୀନତାର ୭୦ ବର୍ଷ ପରେ କୌଣସି ରାଜ୍ୟପାଳ ପ୍ରଥମ ଥର ନୋଟିସ୍ ମିଳିଲେ ବିଧାନସଭା ଅଧିବେଶନ ଡାକିବେ ବୋଲି କହୁଛନ୍ତି।

Leave a Reply

Your email address will not be published. Required fields are marked *