ହେମନ୍ତ ଓ ତାଙ୍କ ସହକର୍ମୀ ସାଜିଲେ କରୋନା ଯୋଦ୍ଧା, ନିଜ ଦୁଃଖ ଭୁଲି ନିଷ୍ଠାର ସହ କରୁଛନ୍ତି ଲୋକଙ୍କ ସେବା
ଭୁବନେଶ୍ବର :- ବିଶ୍ବବ୍ୟାପୀ କରୋନା ମହାମାରୀ ବୃଦ୍ଧି ପାଇଥିବାବେଳେ ଏଥିରୁ ବାଦ ପଡିନି ଆମ ରାଜ୍ୟ ଓଡ଼ିଶା। ରାଜ୍ୟରେ କରୋନା ଆକ୍ରାନ୍ତ ପ୍ରତିଦିନ ବଢ଼ିବାରେ ଲାଗିଛି। ଏହି ସଂଖ୍ୟା ଏବେ ହଜାର ଟପିଲାଣି। ହେଲେ ଏଭଳି ଘଡ଼ିସନ୍ଧି ମୂହୁତ୍ତ୍ୱରେ ଡାକ୍ତର, ନର୍ସ, ସଫେଇ କର୍ମଚାରୀ କରୋନା ଯୋଦ୍ଧା ସାଜି ଲୋକଙ୍କ ସେବା କରୁଛନ୍ତି। ସେମାନେ ନିଜ ଜୀବନକୁ ବାଜି ଲଗେଇ ନିଷ୍ଠାର ସହ ଲୋକଙ୍କ ସେବା କରୁଛନ୍ତି। ଏଭଳି ଜଣେ ଯୋଦ୍ଧା ହେଲେ ଭୂବନେଶ୍ୱର ମହାନଗର ନିଗମର ,ଜାଗୃତୀ ୱଲ୍ଫେଆର୍ ଅର୍ଗାନାଇଜେସନ୍ର ପ୍ରକଳ୍ପ ସମନ୍ୟୟ ଅଧିକାରୀ ହେମନ୍ତ କୁମାର ବେହେରା । ଯିଏକି ୱଆଡ଼ ନଂ ୩୧ର ସଫେଇ ଦାଇତ୍ୱରେ ରହିଛନ୍ତି। ୱଆଡ଼୩୧କୁ ତଦାରଖ କରି ଏହି କରୋନା ମହା ବିପତ୍ତି ସମୟରେ ରାସ୍ତା, ଗଳି କନ୍ଦି ସଫା କରି ବିଭିନ୍ନ ପ୍ରକାର ରୋଗରୁ ଉକ୍ତ ଅଞ୍ଚଳକୁ ରକ୍ଷା କରୁଛନ୍ତି। ଏହାସହ ଏଭଳି ଜଣେ ଯୋଦ୍ଧାଙ୍କୁ ଅଞ୍ଚଳବାସୀ ସଲାମ୍ କରିଛନ୍ତି । ଏପରିକି କରୋନା ଯେତେବେଳେ ବମୀଖାଲ୍ ଅଞ୍ଚଳରେ ଗ୍ରାସ କରି ପଜିଟିଭ୍ ବାହାରି ଥିଲା । ସେତବେଳେ ସଂପୂର୍ଣ୍ଣ ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା । ଏପରି ସେହି ଅଞ୍ଚଳକୁ ଲୋକେ ପଶିବାକୁ ଡରୁଥିଲେ।
ସେତେବେଳେ ମଧ୍ୟ ନିଜ ଜୀବନକୁ ଭୟ ନ କରି ହେମନ୍ତ ଏବଂ ନିଜର ୬୦ ଜଣ ସଫେଇ କର୍ମଚାରୀ ଉକ୍ତ ଅଞ୍ଚଳ ଭିତରକୁ ପଶି ସଫେଇ କରି କରୋନା ସଂକ୍ରମଣକୁ ଏଡାଇ ଦେଇଥିଲେ। କାରଣ ଅନେକ ଲୋକେ କରୋନା ସଂକ୍ରମଣ ନ ହେବା ପାଇଁ ମାସ୍କ ଏବଂ ଅନ୍ୟ ସାମଗ୍ରୀ ବ୍ୟବହାର କରି ଏଣେ ତେଣେ ଫିଙ୍ଗି ଦେଉଥିଲେ। ଏହାକୁ ସଫା ନ କରିଥିଲେ ଅନ୍ୟକୁ ଏହି ସଂକ୍ରମଣ ବ୍ୟପିବାର ଅଧିକ ସମ୍ଭାବନା ରହିଥିଲା ।
ହେମନ୍ତଙ୍କ ୬୦ ଜଣ କର୍ମଚାରୀ କରୋନା ନ ହେବା ପାଇଁ ୩୧ ନଂ ୱାର୍ଡକୁ ଜଗି ରହିଥିଲେ । ଟିକେ ଅଳିଆ ପଡିଲେ ସଫା କରି ଦେଉଥିଲେ। ସ୍ଥାନୀୟ ଔର୍ଡର ସାରଳା ନଗର ଠାରୁ ରସୁଲଗଡ – ବମିଖାଲ ଉଭୟ ପାର୍ଶ୍ୱରେ ଥିବା ସମସ୍ତ ରାସ୍ତାଘାଟ , ଗଳି କନ୍ଦି , କଲୋନୀ ଓ କେନାଲ ବନ୍ଦ ଆଦି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରି ଆସୁଛନ୍ତି ।ଏମାନଙ୍କ ପାଇଁ ଉକ୍ତ ଅଞ୍ଚଳର ଲୋକମାନେ ସୁରକ୍ଷିତ ଅନୁଭବ କରିପାରୁଛନ୍ତି । ଜୟଦୁର୍ଗା ନଗର କରୋନା ଆକ୍ରାନ୍ତ ପର ଠାରୁ ଆଉ ସେହି ଅଞ୍ଚଳରେ କୌଣସି କରୋନା ଆକ୍ରାନ୍ତ ନଥିବାବେଳେ ତାଙ୍କର ଏହି ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ବଳରେ ତାଙ୍କୁ ଅନେକ ଲୋକ ଶୁଭେଚ୍ଛା ଜଣାଇଛନ୍ତି । ଏହାଛଡା ହେମନ୍ତ କହିଛନ୍ତି ଯେ। ସଚେତନ ରହିବା ସହ ସାମାଜିକ ଦୂରତା ରକ୍ଷା କଲେ ଆମେ କରୋନାକୁ ଜିତି ପାରିବା ବୋଲି ସେ ୱାର୍ଡବାସୀଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ହେମନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଆମ ଟିମ ନୁହେଁ, ସହରର ବିଭିନ୍ନ ଅଞ୍ଚଳରେ ଏପରି ସଫା କରୁଥିବା ସମସ୍ତ ସଫେଇ କର୍ମଚାରୀ ହେଉଛନ୍ତି ଅସଲ କରୋନା ଯୋଦ୍ଧା।












He is really a good man, hard worker and most responsible person as per my knowledge concerned. I wish him all the very best for his future endeavors.
thanks