ପ୍ରେମରେ ଫସାଇ ରିୟା ନେଇଛନ୍ତି ୧୭ କୋଟି ଟଙ୍କା, ଏଫଆଇଆରରେ ଆହୁରି ଏହି ସବୁ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ବାପା

ମୁମ୍ବାଇ:-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଲଗାତାର ଚର୍ଚ୍ଚାର ପରିସରରେ ରହିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଏବେ ସମ୍ପୂର୍ଣ୍ଣ ଭାବରେ ଓଲଟି ଯାଇଥିବାର ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ବାପା ମଙ୍ଗଳବାର ରିୟା ଚକବର୍ତ୍ତୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ପାଟନାରେ ମାମଲା ରୁଜୁ କରିଥିଲେ।  ଏଫଆଇଆରରେ ଉଲ୍ଲେଖ କରାଯାଇଛି ଯେ, ସୁଶାନ୍ତଙ୍କୁ ପ୍ରେମରେ ଫଶାଇ କୋଟି କୋଟି ଟଙ୍କା ହଡପ କରିବ, ବନ୍ଧକ ବନାଇବା, ପାଗଳ ପ୍ରମାଣିତ କରିବା ଓ ଆତ୍ମହତ୍ୟା ପାଇଁ ଉକସାଇବା ପର୍ଯ୍ୟନ୍ତ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ବଲିଉଡରେ ଗ୍ୟାଙ୍ଗବାଜି ଓ ନେପୋଟିଜିମକୁ ଦାୟୀ ବୋଲିସୁଶାନ୍ତଙ୍କ ବାପା କେକେ ସିଂ ନିଜର ରିପୋର୍ଟରେ ଅଭିଯୋଗ ଆଣିଛନ୍ତି ଯେ, ସୁଶାନ୍ତଙ୍କଠାରୁ  ରିୟା ୧୫​‌କୋଟି ଟଙ୍କା ହଡପ କରିଥିଲେ। ଏହା ସହିତ ରିୟା ସବୁବେଳେ ସୁଶାନ୍ତଙ୍କ  ଧମକ ଦେଉଥିଲେ। କୁହାଯାଉଛି ଯେ, ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ରିୟା ଘର ଭିତରୁ କ୍ୟାସ୍, କାଗଜପତ୍ର, ଲାପଟପ୍, କ୍ରେଡିଟ୍ କାର୍ଡ ଓ ସୁଶାନ୍ତ ପାସଓ୍ବାର୍ଡ ଚୋରି କରିଥିବାର ଅଭିଯୋଗ ଆଣିଛନ୍ତି। କେକେ ସିଂହ ଏଫଆଇଆର ରୁଜୁ କରିବା ପରେ ରିୟାଙ୍କ ଘରେ ଓକିଲଙ୍କ ଭିଡ ଳାଗିଛି। କୁହାଯାଉଛି ଯେ, ସହରର ବଡ  ଓକିଲ ସତୀଶ ମାନସିଂନ୍ଦେଙ୍କ ଏକ ଟିମ୍ ରିୟାଙ୍କ ଘରେ ପହଁଞ୍ଚି ଯାଇଛି। ଏହା ବି କୁହାଯାଉଛି ଯେ, ରିୟାଙ୍କ ଓକିଲଙ୍କଟିମ୍ ଆଇନଗତ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି​‌ ଆରମ୍ଭ କରିଛନ୍ତି।    ଅନ୍ୟପକ୍ଷେ କେକେ ସିଂଙ୍କ ଅଭିଯୋଗ ପରେ ବିହାର ପୋଲିସର ଏକ ଟିମ୍ ମୁମ୍ବାଇର ବାନ୍ଦ୍ରାରେ ଥିବା ତାଙ୍କ ଘରର ଯାଞ୍ଚ କରିବ, ଯେଉଁଠି ସେ ଆତ୍ମହତ୍ୟା କରିଥିଲେ। ବିହାର ପୋଲିସ ସେହି ପ୍ରମାଣକୁ ମଧ୍ୟ ଯାଞ୍ଚ କରିବ ଯାହା ମୁମ୍ବାଇ ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ଏକାଠି କରିଛି।

Leave a Reply

Your email address will not be published. Required fields are marked *