ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସ୍‌ଆଇ ଗିରଫ

ବଲାଙ୍ଗିର;- ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ସବ୍‌ ଇନ୍ସପେକ୍ଟର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମୁରିବାହାଲ ଥାନା ସବ୍‌ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯେ, ଗୁଡିଘାଟ ଖରବାହାଳି ସଂଜୀବ କୁମାର ପ୍ରଧାନଙ୍କ ଭାଇଙ୍କର ୨୦୧୯ର ଏକ ମାମଲାର ତଦନ୍ତକାରୀ ଅଫିସର ଥିଲେ ସବ୍‌ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ । ମାମଲାର ଚାର୍ଜସିଟ୍ କୋହକ କରିବାକୁ ସଂପୃକ୍ତ ସବ୍ ଇନ୍ସପେକ୍ଟର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଥାନାରେ ୧୦ ହଜାର ଟଙ୍କା ନେଉଥିବା ବେଳେ ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଏସଆଇ ରହୁଥିବା ବ୍ୟାରେକରୁ ୬୮ ହଜାର ୯୦୦ଟଙ୍କା ବାହାରିଥିବା ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି । ଏହା ସହ ଭବାନୀପାଟଣା ସାକ୍ଷୀପଡା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *