ସୁବର୍ଣ୍ଣପୁର ପୂର୍ବତନ ଡେପୁଟି କଲେକ୍ଟର ନିଲମ୍ବିତ
ସୋନପୁର:- ସୋନପୁରର ପୂର୍ବତନ ଡେପୁଟି କଲେକ୍ଟର ଈଶ୍ୱରଚନ୍ଦ୍ର ଦାଶଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କାରଣ ଦର୍ଶାଇ ଶ୍ରୀ ଦାଶଙ୍କୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।
ଶ୍ରୀ ଦାଶ ସୁବର୍ଣ୍ଣପୁରରେ ଗତ ମେ ୭ ତାରିଖ ଡେପୁଟି କଲେକ୍ଟର ଭାବେ ଯୋଗ ଦେଇଥିଲେ । ଶ୍ରୀ ଦାଶ ବିଭିନ୍ନ ସମୟରେ ବିରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ନ କରିବା ଏବଂ ଅସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଜୁନ୍ ୧ ତାରିଖରେ ଶ୍ରୀ ଦାଶଙ୍କୁ ସର୍କିଟ ହାଉସରୁ ବାହାର କରି ଦିଆଯାଇଥିଲା । ଏନେଇ ଜିଲ୍ଲାପାଳ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରଧାନ ସଚିବଙ୍କୁ ଚିଠି ଲେଖିବା ସହ ଶ୍ରୀ ଦାଶଙ୍କୁ ଗତ ୪ ତାରିଖ ଏଠାରୁ ରିଲିଭ୍ କରିବା ସହ ତାଙ୍କ ବିରୋଧରେ ଡ୍ରାପ୍ଟ ଚାର୍ଜ ମଧ୍ୟ କରିଥିବା ଜଣାଯାଇଛି । ଏହାପରେ ସଚିବ ଶ୍ରୀ ସେଠୀ ତାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି । ଏବେ ସେ ରାଜସ୍ୱ ବିଭାଗ ଆଦେଶ ମତେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରେ ଥିବା ଜଣାପଡ଼ିଛି ।










