କରୋନା ମୁକ୍ତ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ବଚ୍ଚନ
ମ୍ୱାଇ – ସୋମବାର ଦିନ ବଚ୍ଚନ ପରିବାର ପାଇଁ ବିପଦର ଖବର ଥିଲା । କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ପରିବାରର ଦୁଇ ସଦସ୍ୟ ଅର୍ଥାତ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କର ଝିଅ ଆରାଧ୍ୟାଙ୍କୁ ନାନାବତୀ ହସ୍ପିଟାଲରୁ ଡିସ୍ଚାର୍ଜ କରାଇଦିଆଯାଇଛି। ଦୁହେଁ ନିଜ ଘର ଜଲସାରେ ପହଞ୍ଚିଛନ୍ତି।
ସେପଟେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଷେକ ବଚ୍ଚନ ମଧ୍ୟ ଏହି ଖବରକୁ ସ୍ପଷ୍ଟ କରି ଟ୍ୱିଟ୍ କରିଛନ୍ତି କି ଐଶ୍ ଓ ଆରାଧ୍ୟ ଘରେ ରହିବେ । ଅମିତାଭ ବଚ୍ଚନ ଓ ଅଭିଷେକ ଏବେ ମଧ୍ୟ ହସ୍ପିଟାଲରେ ମେଡିକାଲ ଷ୍ଟାଫ୍ଙ୍କର ଦାୟିତ୍ୱରେ ରହିବେ । ଐଶ୍ ଓ ଆରାଧ୍ୟାଙ୍କୁ ଜଲସାରେ ମେଡିକାଲ ଷ୍ଟାଫ ଦେଖାଶୁଣା କରିବେ ।