ଦେଶରେ ଆତଙ୍କ ସୃଷ୍ଟିକାରୀଙ୍କ ଉପରେ ‘ସ୍ପେଶାଲ ୪୪’ର ରହିବ ନଜର, ଗୃହମନ୍ତ୍ରଣାଳୟ ଗଠନ କଲେ ସ୍ବତନ୍ତ୍ର ଟିମ୍
ନୂଆଦିଲ୍ଲୀ:- କେନ୍ଦ୍ର ସରକାର ଏବେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାର ପ୍ରସ୍ତୁତିରେ। ସରକାର UAPA ଅର୍ଥାତ Unlawful Activities (Prevention) Act ରେ ସଂଶୋଧନ ବିଲର ନୂଆ ଆଇନ ଅନୁସାରେ ରୁଜୁ କରାଯାଇଥିବା ମାମଲା ଉପରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନୂଆ ଟିମ୍ ତିଆରି କରାଯାଇଛି। ଏହି ଟିମକୁ ସ୍ପେଶାଲ ୪୪ (SPecial 44) ର ନାମ ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଭାରତରେ ଆତଙ୍କ ସୃଷ୍ଟି କିମ୍ବା ଆତଙ୍କରେ ଲିପ୍ତ ଥିବା ସମସ୍ତ ବ୍ୟକ୍ତିଙ୍କର ସମ୍ପତ୍ତି ଉପରେ ଟିମ୍ ନଜର ରଖିବ।
ଏହି ଟିମରେ ୪୪ ସ୍ପେଶାଲ ଅଧିକାରୀ ରହିବେ। ଏହି ଟିମରେ ଇଣ୍ଟୋଲିଜେନ୍ସ ବ୍ୟୁରୋ(ଆଇବି), ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ(ଏଫ୍ଆଇୟୁ) ଆରବିଆଇ, ଗୃହମନ୍ତ୍ରଣାଳୟ, ସେବି, ରାଜ୍ୟର ଏଟିଏସ୍, ରାଜ୍ୟର ସିଆଇଡି ସହିତ ଅନ୍ୟ ବିଭାଗ ସାମିଲ ହେବେ। ଏହି ଅଧିକାରୀ ଏଭଳି ଲୋକଙ୍କ ଉପରେ ନଜର ରଖିବେ, ଯାହାଙ୍କ ବିରୋଧରେ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ଅଧିକାରୀ ଆତଙ୍କବାଦୀଙ୍କ ସମ୍ପତ୍ତି ଉପରେ ନଜର ରଖିବେ। ଏହା ସହିତ ତାଙ୍କର ସମ୍ପତ୍ତି ଜବତ କରିବେ ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯିବାର ନିର୍ଦେଶ ଦେବେ।
ଗୃହମନ୍ତ୍ରଣାଳୟର ସୂଚନା ଅନୁସାରେ, ଏହି ୪୪ ଅଧିକାରୀ ବିଦେଶ ମନ୍ତ୍ରଣାଳୟ, ଜାତିସଂଘରେ ଆତଙ୍କବାଦୀ ଘୋଷିତ ହୋଇଥିବା ଲୋକଙ୍କର ଲିଷ୍ଟ ଦେବେ, ଯାହାକୁ ଗୃହ ମନ୍ତ୍ରଣାଳୟ ରାଜ୍ୟକୁ ସେୟାର କରିବେ। ଗୃହମନ୍ତ୍ରଣାଳୟର ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ, ଯାହା ଅନୁସାରେ ୪୪ ସ୍ବତନ୍ତ୍ର ଅଧିକାରୀ ବୈଦେଶିକ ମନ୍ତ୍ରଣାଳୟ ଗୃହମନ୍ତ୍ରଣାଳୟ ଓ ରାଜ୍ୟ ସହିତ ସମନ୍ବୟ ସ୍ଥାପିତ କରି, ଯେଉଁ ବ୍ୟକ୍ତି ୟୁଏପିଏ ଆଇନ ଅନୁସାରେ ଦୋଷର ହେବ ଏହାର ତଦନ୍ତ କରି ତାଙ୍କର ସମ୍ପତ୍ତିକୁ ଜବତ କରିବାର କାର୍ଯ୍ୟାନୁଷ୍ଠାନ ବଢାଇ ଦିଆଯାଇଛି।
ଏହାଛଡା ଗୃହମନ୍ତ୍ରଣାଳୟ ନୂଆ ୟୁଏପିଏ ଆଇନ ଅନୁସାରେ, ଯେଉଁ ଆତଙ୍କବାଦୀଙ୍କ ଲିଷ୍ଟ ଘୋଷଣା କରିଛନ୍ତି ତାଙ୍କର ମଧ୍ୟ ସମ୍ପତ୍ତି ଖୋଜି ଜବତ କରିବେ। ଗୃହମନ୍ତ୍ରଣାଳୟ ଏପର୍ଯ୍ୟନ୍ତ UAPA ଆଇନ ଅନୁସାରେ ଦାଉଦ୍ ଇବ୍ରାହିମ୍, ମାସୁଦ ଆଝାର, ଜାକିର-ଉର-ରେହମାନ ଲଖଭି ଓ ହାଫିଜ୍ ସଇଦକୁ ଆତଙ୍କବାଦୀ ଘୋଷିତ କରାଯାଇଛି। ଏହା ସହିତ ୯ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ବ୍ୟକ୍ତିଗତ ଭାବରେ UAPA ଅନୁସାରେ ଆତଙ୍କବାଦୀ ଘୋଷିତ କରାଯାଇଛି। ୟୁଏପିଏ ଏକ ଖୁବ୍ ଶକ୍ତ ଆଇନ୍ ଓ ଏହାକୁ ଆତଙ୍କବାଦୀ ଓ ଦେଶର ଅଖଣ୍ଡତା ଓ ସାର୍ବଭୌମକୁ ବିପଦ ପହଁଞ୍ଚାଇଥିବା ଗତିବିଧିକୁ ରୋକିବା ପାଇଁ ତିଆରି କରାଯାଇଛି। ଏହି ଆଇନ ସଂସଦ ଦ୍ବାରା ୧୯୬୭ରେ ପାସ୍ କରାଯାଇଥିଲା ଓ ଏହାପରେ ଏଥିରେ ବହୁ ସଂଶୋଧକ ହୋଇସାରିଛି।