ଅଗଷ୍ଟ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଓ ବିଜ୍ଞାନ ଫଳ , ଶେଷ ସପ୍ତାହରେ କଳା ରେଜଲ୍ଟ

ଭୁବନେଶ୍ୱର:-ଜୁଲାଇ ୨୯ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କରାଯାଇଛି । ଏହାପରେ +୨ ରେଜଲ୍ଟ ବାହାରିବା ନେଇ ଆଶା ଓ ଆଶଙ୍କା ଦେଖାଦେଉଥିଲା । ତେବେ +୨ ରେଜଲ୍ଟ ନେଇ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା ମାସରେ +୨ ରେଜଲ୍ଟ ବାହାରିବା ନେଇ ଘୋଷଣ ହୋଇଛି । ଏନେଇ ମନ୍ତ୍ରୀ ଘୋଷଣା କରିଛନ୍ତି ।

ଆସନ୍ତା ମାସ ବା ଅଗଷ୍ଟ ମାସ ୩ୟ ସପ୍ତାହରେ +୨ ରେଜଲ୍ଟ ବାହାରିବା ନେଇ ଘୋଷଣା କରାଯାଇଛି । ଅଗଷ୍ଟ ୩ୟ ସପ୍ତାହରେ +୨ ପରୀକ୍ଷାଫଳ ପ୍ରକାଶ ପାଇବ । ଅଗଷ୍ଟର ୩ୟ ସପ୍ତାହରେ ପ୍ରଥମେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ । ଏହାପରେ  ଅଗଷ୍ଟ ମାସର  ଶେଷ ସପ୍ତାହରେ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।

ଆଜି  ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରେସ୍‌ମିଟରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ନେଇ ଘୋଷଣା କରାଯାଇଛି । ଆସନ୍ତା ୨୯ରେ ମାଟ୍ରିକ ରେଜଲ୍ଟ ନେଇ ଘୋଷଣା କରାଯାଇଛି । ଏହାପରେ +୨ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କରାଯାଇଛି । ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା +୨ରେଜଲ୍ଟ ପ୍ରକାଶ ପାଇବ । ପ୍ରଥମେ ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ, ଏହାପରେ କଳା ପରୀକ୍ଷାଫଳ ବାହାରିବା । ତେବେ କେଉଁ ତାରିଖରେ ବାହାରିବ ତାହା ଘୋଷଣା କରାଯାଇନାହିଁ ।

Leave a Reply

Your email address will not be published. Required fields are marked *