ଦେଶ ତୁଳନାରେ ଓଡିଶାରେ ସୁସ୍ଥ ହାର ଅଧିକ ଓ ମୃତ୍ୟୁ ହାର କମ୍

ଭୁବନେଶ୍ୱର:- ଭାରତ ଅପେକ୍ଷା ଓଡିଶାରେ କରୋନା ଆକ୍ରାନ୍ତ ବୃଦ୍ଧି ହାର ଅଧିକ । ତଥ୍ୟ ଅନୁସାରେ, ଭାରତରେ ପଜିଟିଭ୍ ହାର ୯ ଦଶମିକ ଛଅ ନଅ ପ୍ରତିଶତ ଥିବାବେଳେ ଓଡିଶାରେ ଏହି ହାର ୧୬ଦଶମିକ ୧୧ ପ୍ରତିଶତ ରହିଛି । ସେହିପରି ଦୈନିକ ଆକ୍ରାନ୍ତଙ୍କ ବୃଦ୍ଧି ହାର ଭାରତରେ ୩ ଦଶମିକ ୬ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୫ ଦଶମିକ ନଅ ଏକ ପ୍ରତିଶତ ରହିଛି । ତେବେ ଓଡିଶାରେ ଭାରତ ଅପେକ୍ଷା ସୁସ୍ଥ ହାର ଅଧିକ ରହିଛି । ଭାରତରେ ୬୧ ଦଶମିକ ଛଅ ନଅ ପ୍ରତିଶତ ସୁସ୍ଥ ହେଉଥିବାବେଳେ ଓଡିଶାରେ ସୁସ୍ଥ ହେଉଛନ୍ତି ୬୨ ଦଶମିକ ଚାରି ଚାରି ପ୍ରତିଶତ ।ସେହିପରି ଓଡିଶାରେ ସର୍ବଭାରତୀୟସ୍ତର ଅପେକ୍ଷା ମୃତ୍ୟୁ ହାର କମ୍ ରହିଛି । ସର୍ବଭାରତୀୟ ସ୍ତରରେ ମୃତ୍ୟୁ ହାର ୨ ଦଶମିକ ୧୬ ପ୍ରତିଶତ ରହିଥିବାବେଳେ ଓଡିଶାରେ ଶୂନ ଦଶମିକ ୫୪ପ୍ରତିଶତ ରହିଛି । ଯାହାକି ଓଡିଶା ପାଇଁ ଏକ ଭଲ ଖବର । ତେବେ ଓଡିଶାରେ ସର୍ବଭାରତୀୟ ସ୍ତର ଅପେକ୍ଷା କମ ରହିଛି ଟେଷ୍ଟ ହାର । ଭାରତରେ ପ୍ରତି ୧ଲକ୍ଷରେ ୧୨୧୭ ନମୁନା ପରୀକ୍ଷା କରାଯାଇଥିବାବେଳେ ଓଡିଶାରେ ୧ ହଜାର ୪୮ ଟି ନମୁନା ପରୀକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *