ଦେଶର କୋଣ ଅନୁକୋଣରେ କିଭଳି ପହଞ୍ଚାଯିବ ଭ୍ୟାକସିନ୍, ଡୋଜ୍ ପ୍ରଥମେ କାହାକୁ ଦିଆଯିବ, ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ :-ବତ୍ତମାନ ସାରା ଦୁନିଆରେ ୧୪୦ଟି ଭ୍ୟାକସିନ ଉପରେ କାମ ଚାଲିଛି | ସେଥିରୁ ୨୩ଟି ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଜାରି ରହିଛି | ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭ ଆଡକୁ ଦୁନିଆକୁ କରୋନା ଭ୍ୟାକସିନ ମିଳିଯିବାର ଆଶଙ୍କା କରାଯାଉଛି | ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଭ୍ୟାକସନ ପହଞ୍ଚାଇବା ମଧ୍ୟ ସହଜ କଥା ନୁହେଁ | ତେବେ ଦେଶର କୋଣ ଅନୁକୋଣରେ କରୋନା ଭ୍ୟାକସିନ ପହଞ୍ଚାଇବାକୁ ସରକାର ଯୋଜନା ଆରମ୍ଭ କରିସାରିଛନ୍ତି | ରିପୋର୍ଟ ଅନୁଯାୟୀ, ସରକାର ଭିନ୍ନ ଭିନ୍ନ ସ୍ଥରରେ ବିଭିନ୍ନ ସଂସ୍ଥା ସହ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି | ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁଯାୟୀ, ଭାରତୀୟ ଅଧିକାରୀ ଲଜିଷ୍ଟିକରୁ ଆରମ୍ଭ କରି ଭ୍ୟାକସିନ ସପ୍ଲାଏ ଉପରେ ମଧ୍ୟ ଆଲୋଚନା ଆରମ୍ଭ କରିଛନ୍ତି | ବିଜ୍ଞାନ ଓ ପ୍ରଦ୍ୟୋଗିକର ଅନେକ ମନ୍ତ୍ରାଳୟ ଓ ଅଧିକାରୀ ଏହି ଆଲୋଚନାରେ ସାମିଲ ହୋଇଛନ୍ତି | ୨୦୨୧ ଆରମ୍ଭ ଆଡକୁ ଯେକୌଣସି ଭ୍ୟାକସିନ ଆସିବା ନେଇ ଏମାନେ ଆଶାବାଦୀ | ସରକାରୀ ସୂତ୍ରରୁ ଖବରକାଗଜ ଦାବି କରିଛି ଯେ ଏବେ ସୁଦ୍ଧା ଭ୍ୟାକସିନର ଡିଷ୍ଟ୍ରିବ୍ୟୁସନକୁ ନେଇ ଦୁଇଟି ବୈଠକ ହୋଇଛି | ଆଗାମୀ ସପ୍ତାହରେ ଏହା ଉପରେ ଆହୁରି ଚର୍ଚ୍ଚା ହେବ |

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଭ୍ୟାକସିନକୁ ନେଇ ବର୍ତ୍ତମାନ ଇଣ୍ଟରନାଲ ବିଚାର ବିମର୍ଷ ଆରମ୍ଭ ହୋଇସାରିଛି | ଶେଷ ସମୟରେ ଯେମିତି କିଛି ସମସ୍ୟା ନ ଉପୁଜେ ସେଥିପାଇଁ ଏତେ ସବୁ ଯୋଜନା, ବିଚାର ଓ ଆଲୋଚନା ହେଉଛି | ବୈଠକରେ ଯେଉଁସବୁ ବିଷୟ ଉପରେ ମୁଖ୍ୟତଃ ଆଲୋଚନା ହେଉଛି ତାହା ହେଲା ଉତ୍ତର-ପୂର୍ବ ଭାରତ ଭଳି ଦୂର ଦୁରାନ୍ତର ଅଞ୍ଚଳରେ ଭ୍ୟାକସିନ ଡିଷ୍ଟ୍ରିବ୍ୟୁସନ କାମ | ସେ କହିଛନ୍ତି ଯେ ସରକାର ଏହିଭଳି ଅଞ୍ଚଳରେ ଅଧିକ ମାତ୍ରାରେ କୋଲ୍ଡ ଷ୍ଟୋରେଜ ସୁବିଧା କରିବାକୁ ଯୋଜନା କରୁଛି |

ଭ୍ୟାକସିନ କିଭଳି ବିତରଣ କରାଯିବ ତା’ଉପରେ ମଧ୍ୟ ଚର୍ଚ୍ଚା ହେଉଛି | ଭ୍ୟାକସିନ କେବଳ ସରକାରୀ ହସ୍ପିଟାଲ ଜରିଆରେ ଦିଆଯିବା ଉଚିତ ନା ଘରୋଇ ହସ୍ପିଟାଲକୁ ମଧ୍ୟ ଏଥିରେ ସାମିଲ କରାଯିବା ଉଚିତ ତା’ପରେ ମଧ୍ୟ ଚର୍ଚ୍ଚା ହେଉଛି | ଭ୍ୟାକସିନ ଡୋଜ ପ୍ରଥମେ କାହାକୁ ଦିଆଯିବ ସେ ପ୍ରସଙ୍ଗରେ ମଧ୍ୟ ସରକାରୀ ଅଧିକାରୀ ଆଲୋଚନା କରୁଛନ୍ତି | ଫ୍ରଣ୍ଟଲାଇନ ହେଲ୍ଥ ୱାର୍କର ନା ଦେଶର ବରିଷ୍ଠ ନାଗରିକଙ୍କୁ ପ୍ରଥମେ ଭ୍ୟାକସିନ ଡୋଜ ଦିଆଯିବ ସେନେଇ ବିଚାର ବିମର୍ଷ ଚାଲିଛି |

Leave a Reply

Your email address will not be published. Required fields are marked *