ଭୁବନେଶ୍ୱରରେ କରୋନା ସ୍ଥିତି ଅସମ୍ଭାଳ, ଗୋଟିଏ ଦିନରେ ୧୬୩ ନୂତନ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର:-ସାରା ରାଜ୍ୟରେ ଭୟଙ୍କର ଭାବେ ମାଡି ଚାଲିଛି ମହାମାରୀ କରୋନାର କରାଳ ପ୍ରଭାବ । ଗଞ୍ଜାମ ପରେ ରାଜଧାନୀ ଭୁବନେଶ୍ୱରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଆଜି ୧୬୩ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୦୪ ଜଣ ଚିହ୍ନଟ ହୋଇଥିବାବେଳେ ଓ ସ୍ଥାନୀୟ ଅଞ୍ଚଳରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି ।

ଏହା ସହ ଭୁବନେଶ୍ୱରେ ଆଜି ଆଉ ୪୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧କୁ ବୃଦ୍ଧି ପାଇଛି । ୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୧୦୬୯ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *