ବଚ୍ଚନ ପରିବାରର ବଙ୍ଗଳାରୁ ହଟିଲା କଣ୍ଟେନମେଣ୍ଟ ଜୋନ୍,
ମୁମ୍ବାଇ,:-ଅଭିନେତା ଅମିତାଭ ବଚ୍ଚନ, ପୁତ୍ର ଅଭିଷେକ ବଚ୍ଚନ ଓ ବୋହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ବଚ୍ଚନ ପରିବାରର ଏହି ୩ଜଣଙ୍କ ସମେତ ନାତୁଣି ଆରାଧ୍ୟା କରୋନା ସଂକ୍ରମିତ ହେବା ପରେ ସେମାନେ ରହୁଥିବା ବଙ୍ଗଳା ଜାଲସାକୁ ବମ୍ବେ ମ୍ୟୁନିସିପାଲ କର୍ପୋରେସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା । ଏବେ ଏହାକୁ କଣ୍ଟେନମେଣ୍ଟ ଜୋନ୍ରୁ ମୁକ୍ତ କରାଯାଇଛି ।
ରବିବାର ବିଏମସି କଣ୍ଟେନମେଣ୍ଟ ଜୋନ୍ ହଟାଇଦେଇଛି । ଦୀର୍ଘ ୧୪ ଦିନ ଧରି ବଚ୍ଚନ ପରିବାରର ୪ ସଦସ୍ୟ ମୁମ୍ବାଇର ନାନାବାତୀ ହସ୍ପିଟାଲରେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ, ପ୍ରଥମେ ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ବୋହୂ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ମଧ୍ୟ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।