ନୂଆ ଡିସିପିଙ୍କୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ, ଭିଜିଲାନ୍ସର ମହିଳା ଡ଼ିଏସପିଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ସୁନା ଚେନ ଲୁଟ

ଭୁବନେଶ୍ୱର:-ରାଜଧାନୀରେ ପୁଣି ମାତିଲେଣି ଲୁଟେରା। ସାଧାରଣ ଲୋକଙ୍କ କଥା ଛାଡନ୍ତୁ, ଏଠାରେ ପୋଲିସ ମଧ୍ୟ ସୁରକ୍ଷିତ ନୁହଁନ୍ତି। ପୂର୍ବରୁ ଲୁଟେରା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ।କିନ୍ତୁ ଏବେ ଏହି ଲୁଟେରା ଗ୍ୟାଙ୍ଗ ପୋଲିସକୁ ଟାର୍ଗେଟ କରି ଲୁଟ କରୁଛନ୍ତି।  କହିବାକୁ ଗଲେ ଏହି ଲୁଟେରାମାନେ ଖୋଲାଖୋଲି ଭାବେ ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି। ଏହି ଲୁଟେରା ଗ୍ୟାଙ୍ଗ  ରବିବାର ସକାଳୁ ଖାରବେଳନଗର ଥାନା ୟୁନିଟ-3ରେ ରହୁଥିବା ଜଣେ ମହିଳା ଭିଜିଲାନ୍ସ dspଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ସୁନା ଚେନ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ଲୁଟେରା ଡ଼ିଏସପି ହେଲେ ଭିଜିଲାନ୍ସରେ କାର୍ଯ୍ୟ କରୁଥିବା ତନୁଜା ମହାନ୍ତି। ଏନେଇ ସେ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। ଲୁଟ ହୋଇଥିଲା ତନୁଜାଙ୍କ ଘର ନିକଟରେ ଥିବା ସିସିତିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ସବୁଦିନ ସକାଳେ ତନୁଜା ରହିଥିବା ୟୁନିଟ-3 ସରକାରୀ ଘର ଆଗରେ ଝାଡୁ ମାରନ୍ତି। ରବିବାର ସକାଳୁ ତନୁଜା ଘର ଆଗରେ ଝାଡୁ ମାରୁଥିଲେ। ଏହି ସମୟରେ 2ଜଣ ଲୁଟେରା ଏକ ପଲସର ବାଇକରେ ଆସିଥିଲେ। ସେମାନେ ତନୁଜାଙ୍କ ଆଗରେ ହଠାତ ବାଇକ ରଖିଥିଲେ। ବାଇକରୁ ଜଣେ ଲୁଟେରା ବନ୍ଧୁକ ବାହାର କରି ତନୁଜାଙ୍କ ମୁଣ୍ଡରେ ଲଗେଇ ସୁନାଚେନ ଲୁଟି ନେଇଥିଲେ। ତନୁଜା ପାଟି କରିବାରୁ ତାଙ୍କ ସ୍ୱାମୀ ଘର ବାହାରକୁ ଆସିବା ପୂର୍ବରୁ ଲୁଟେରା ଫେରାର ହୋଇ ଯାଇଥିଲେ।

ପ୍ରକାଶଯୋଗ୍ୟ, 3 ଦିନ ପୂର୍ବରୁ ୟୁନିଟ-3 ଅଞ୍ଚଳରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ବନ୍ଧୁକ ରଖି ସୁନା ଚେନ ଲୁଟ କରିଥିଲେ। ହେଲେ ସବୁଥର ପରି ପୋଲିସ ମାମଲା ରୁଜୁ କରି ବସି ପଡିଛି। ଯଦି ପୋଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥାନ୍ତା ତେବେ ଆଜି ଏହି ଲୁଟ ହୋଇ ନ ଥାନ୍ତା ବୋଲି ଅନେକ ଲୋକେ ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *