ଜୟପୁର ସହରକୁ ୪ ଦିନ ପାଇଁ ସଟଡାଉନ: ଆଜି ମଧ୍ୟରାତ୍ରିରୁ ୨୮ ତାରିଖ ମଧ୍ୟରାତ୍ରୀ ଯାଏ ସଟଡାଉନ
କୋରାପୁଟ:-କୋରାପୁଟରୁ ଆଜି ୩୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଫଳରେ ଜୟପୁର ସହରାଂଚଳରକୁ ୪ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଆଜି ମଧ୍ୟରାତ୍ରିରୁ ୨୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଳାପାଳ । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ସେହିପରି ଘରକୁ ଘର ବୁଲି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ସର୍ଭେ କରାଯିବ ।
ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଜପତିକୁ ମଧ୍ୟ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି ସକାଳ ୮ଟାରୁ ଆସନ୍ତା ୨୮ ତାରିଖ ଯାଏ ସଟଡାଉନ ଘୋଷଣା କରାଯାଇଛି । ମୋହନକୁ ଯୋଗଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଛି ପ୍ରଶାସନ । ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ କମ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଗଜପତିରେ ଆଜି ୩ ନୂଅ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୯ରେ ପହଚିଂଛି ।
ନିଆଳିକୁ ମଧ୍ୟ ସଟଡାଉନ କରାଯାଇଛି ।ଆଜି ଦିନ ଗୋଟାଏରୁ ୨୭ ତାରିଖ ସକାଳ ୭ଟା ଯାଏ ସଟଡାଉନ ଘୋଷଣା କରାଯାଇଛି ।ଏହି ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟସେବା ଓ କରୋନା ସଂପର୍କିତ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ ।ଦୋକାନ, ବଜାର ମଧ୍ୟ ବନ୍ଦ ରହିବ ।
ଢେଙ୍କାନାଳରୁ ଆଜି ୨ଜଣ ପଜିଟିଭ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨କୁ ବୃଦ୍ଧି ପାଇଛି । ଜିଲ୍ଲାର ପରଜଙ୍ଗ ପଂଚାୟତରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ପରଜଙ୍ଗ ପଂଚାୟତର ପରଜଙ୍ଗ, ଜହ୍ନାପଡା, ଖଣ୍ଡୁଆଳ ମୁଣ୍ଡା, ଡିହଦୋଳ, ବାରବାଙ୍କ, ପଲିକାଟେଣି ଆଦି ଗାଁକୁ ଆଜି ସକାଳ ୭ଟାରୁ ୨୯ତାରିଖ ସଂଖ୍ୟା ୭ଟା ଯାଏଁ ସଟଡାଉନ ଘୋଷଣା କରିଛନ୍ତି ସରପଂଚ । ଏହି ସମୟରେ ପଂଚାୟତର ମୁଖ୍ୟ ରାସ୍ତାକୁନ୍ନ୍ କରାଯିବା ସହ ଲୋକଙ୍କ ଯାତାୟତ ଉପରେ କଟକଣା ଲଗାଯାଇଛି ।