ରାସ୍ତା କଡ଼ରେ ଫଳ ବିକ୍ରି କରୁଛନ୍ତି ଆଲବମ୍‌ ଅଭିନେତ୍ରୀ,ସହଯୋଗର ହାତ ବଢ଼ାଇଲେ ସବ୍ୟସାଚୀ,

ଭୁବନେଶ୍ବର:-ରାସ୍ତା କଡ଼ରେ ଫଳ ବିକ୍ରି କରୁଛନ୍ତି ଆଲବମ୍‌ ଅଭିନେତ୍ରୀ ପ୍ରତିଭା ମହାରଣା। ପିଙ୍କି ନାଁରେ ତାଙ୍କୁ ସମସ୍ତେ ଜାଣନ୍ତି। ଏହି ଘଟଣା ଜାଣିବା ପରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କୁ ସହଯୋଗରେ ହାତ ବଢ଼ାଇଛନ୍ତି। କେବଳ ସହଯୋଗ ନୁହେଁ, ଭିଡିଓ କଲିଂ ମାଧ୍ୟମରେ ପାରାଲିଶିସ୍ ରୋଗରେ ବିଛଣାରେ ପଡି ରହିଥିବା ପ୍ରତିଭାଙ୍କ ମାଆଙ୍କ ସହ ମଧ୍ୟ ସବ୍ୟସାଚୀ କଥା ହୋଇଛନ୍ତି। ଘରର ଭଲମନ୍ଦ କଥା ମଧ୍ୟ ପଚାରି ବୁଝିଛନ୍ତି। ପ୍ରତିଭାଙ୍କ ଦୁଃଖକଷ୍ଟ ସଂପର୍କରେ ସାମ୍ବାଦିକମାନଙ୍କୁ ମଧ୍ୟ ଅବଗତ କରାଯାଇଛନ୍ତି ସବ୍ୟସାଚୀ। ସବ୍ୟଙ୍କ କ୍ୟାରିଅର ଆରମ୍ଭ ସମୟରେ ଗୋଟେ ଆଲବମ୍ ଗୀତରେ ତାଙ୍କ ହିରୋଇନ୍ ଥିଲେ। ବର୍ତ୍ତମାନ ଯାତ୍ରା ଜଗତର ପାର୍ଶ୍ଵ ଅଭିନେତ୍ରୀ ଭାବେ କାମ କରୁଛନ୍ତି।

କରୋନା ଲକ୍‌ଡାଉନ୍‌ରେ ଫଶି ରହିଥିବା ହଜାର ହଜାର ଓଡ଼ିଆ ପ୍ରବାସୀଙ୍କୁ ସବ୍ୟ ସାହାଯ୍ୟ କରିଛନ୍ତି। ଅନ୍ୟ ରାଜ୍ୟରେ ଫଶି ରହିଥିବା ପ୍ରବାସୀଙ୍କୁ ଓଡ଼ିଶାକୁ ଫେରାଇ ଆଣି ସେ ପ୍ରଶଂସା ସାଉଁଟିଛନ୍ତି। ଖାଲି ସେତିକି ନୁହେଁ ବିଦେଶ ଅର୍ଥାତ ଦୁବାଇରେ ରହୁଥିବା ଓଡ଼ିଆ ଲୋକଙ୍କୁ ମଧ୍ୟ ସେ ଓଡ଼ିଶାକୁ ଫେରାଇ ଆଣିଛନ୍ତି। କୌଣସି ସ୍ବାର୍ଥ ନ ରଖି କରୋନା ଲକ୍‌ଡାଉନ୍‌ରେ ଅହରହ ଲୋକମାନଙ୍କୁ ପାଇଁ କାମ କରୁଥିବା ସବ୍ୟସାଚୀ ମିଶ୍ରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସବ୍ୟ ଆଗକୁ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି କିଏ କିଏ କହୁଥିବା ବେଳେ ସବ୍ୟ ଏହାକୁ ଖଣ୍ଡନ କରିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତାକାରରେ ସବ୍ୟ କହିଛନ୍ତି ଯେ, ସବୁ ସମାଜସେବୀ ଯେ ରାଜନୀତି କରିବେ ଏହାର କିଛି ମାନେ ନାହିଁ। ତଥାପି କରୋନା ଲକ୍‌ଡାଉନ୍‌ର ପ୍ରଥମ ଦିନରୁ ଏଯାବତ୍‌ ଲୋକମାନଙ୍କ ସେବାରେ ସବ୍ୟ ନିଜକୁ ନିୟୋଜିତ କରି ରଖିଛନ୍ତି।

Leave a Reply

Your email address will not be published. Required fields are marked *