ମାଛ ଜାଲରେ ପଡ଼ିଲା ଟଙ୍କା ଭର୍ତ୍ତି ବ୍ୟାଗ୍ : ୩୦ ଲକ୍ଷ ଟଙ୍କାର ପୁରୁଣା ୫ ଶହ ଟଙ୍କିଆ ବିଡ଼ା,
ବାରଙ୍ଗ:-ମାଛୁଆ ଜାଲରୁ ଦାମୀ ବସ୍ତୁ ଉଦ୍ଧାର ହେବାକୁ ନେଇ ଅନେକ ସତ୍ୟ ଘଟଣା ମଧ୍ୟ ରହିଛି । ଆଜି ବାରଙ୍ଗରେ ଘଟିଥିବା ଏଭଳି ଏକ ଘଟଣାକୁ ନେଇ ସରଗରମ ଚର୍ଚ୍ଚା ଚାଲିଛି । ଅଥଳ ଜଳ ଭିତରେ ମାଛଧରା ଜାଲରେ ପଡିଲା ଟଙ୍କା ଭର୍ତି ବସ୍ତା । ବସ୍ତା ଖୋଲିଲେ ତ ଦେଖିଲେ ବିଡା ବିଡା ଟଙ୍କା । ଏହାକୁ ଦେଖି ଚକିତ ହୋଇଗଲେ ଜାଲ ପକାଇଥିବା ଧୀବର ।ରାଜଧାନୀ ଉପକଣ୍ଠ ବାରଙ୍ଗ ଅଂଚଳରେ ଏପରି ଏକ ଘଟଣା ଚର୍ଚା ବିଷୟ ହୋଇଛି । ମାଛ ଧରା ଜାଲରେ ପ୍ରାୟ ୩୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍ ଉଦ୍ଧାର ହୋଇଛି । ଜାଲରେ ପଡିଥିବା ବସ୍ତା ଖୋଲାଗଲା ତ ବାହାରିଲ । ବିଡା ବିଡା ପୁରୁଣା ୫୦୦ ଟଙ୍କିଆ ନୋଟ୍ । ଏପରି ଭାବରେ କେନାଲକୁ ଏପରି ଟଙ୍କା ଭର୍ତି ବ୍ୟାଗ୍ କିଏ ଫିଙ୍ଗିଲା ତାକୁ ନେଇ ଉଠିଛି ପ୍ରଶ୍ନ ଚିହ୍ନ । ପୁରୀ ମୁଖ୍ୟ କେନାଲର କାନପୁର ସାଇଫନ୍ ନିକଟରେ ମାଛ ଧରା ଜାଲରେ ଏହି ଟଙ୍କା ଭର୍ତି ବସ୍ତା ଧରାପଡିଥିଲା ।