କନ୍ଧମାଳ ଜିଲ୍ଲାରେ ସବୁ ବ୍ୟାଙ୍କ ଆସନ୍ତା ୭ ଦିନ ପାଇଁ ବନ୍ଦ
କନ୍ଧମାଳ:- ଫୁଲବାଣୀ ଜିଲ୍ଲାରେ ସପ୍ତାହେ ଯାଏଁ ସମସ୍ତ ବ୍ୟାଙ୍କ ବନ୍ଦ । ସପ୍ତାହରେ ଯାଏଁ ସଂଗରୋଧରେ ରହିବେ ବ୍ୟାଙ୍କ ଗୁଡିକର ସମସ୍ତ କର୍ମଚାରୀ । ଗୃହରେ ସଂଗରୋଧରେ ରହିବା ସମୟରେ କରୋନା କଟକଣାର ସମସ୍ତ ନିୟମକୁ ପାଳନ କରିବେ । ୭ ଦିନ ପରେ ବ୍ୟାଙ୍କ ଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଜାରି ରଖିବାକୁ କନ୍ଧମାଳ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ୭ ଦିନ ମଧ୍ୟରେ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ ଗୁଡିକୁ କରାଯିବ ସାନିଟାଇଜ୍ । ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବଢୁଥିବାରୁ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଏପରି ନିଷ୍ପତି ନେଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ ।ନିକଟ ଅତୀତରେ ଜିଲ୍ଳାର କିଛି ବ୍ୟାଙ୍କ୍ କର୍ମଚାରୀ କରୋନା ପଜିଟିଭ୍ ବୋଲି ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ୧ ସପ୍ତାହ ପାଇଁ ବ୍ୟାଙ୍କ୍ ବନ୍ଦ ରଖିବାକୁ କୁହାଯାଇଛି । ଖାଲି ସେତିକି ନୁହେଁ, ବ୍ୟାଙ୍କ୍ ବନ୍ଦ ସମୟରେ ଏଟିଏମ୍ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବା ପାଇଁ ସଂପୃକ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି ।