ପୋଲିସ ବାବୁଙ୍କ ଦାଦାଗିରି ! ମାସ୍କ ପିନ୍ଧିନଥିବାରୁ ଯୁବକଙ୍କୁ ମାଡ଼ ମାରିଲେ, ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ଝାରସୁଗୁଡା:-ଝାରସୁଗୁଡାରେ ସଟ୍ ଡାଉନ୍ ସମୟରେ ଯୁବକଙ୍କୁ ପୋଲିସର ମାଡ ମରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି । ଭିଡିଓ ଭାଇରାଲ୍ ହେବା ପରେ ଆକ୍ସନକୁ ଆସିଛି ଜିଲ୍ଲା ପୋଲିସ । ଟ୍ବିଟ୍ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସପି ।

ଝାରସୁଗୁଡାରେ ସଟ୍ ଡାଉନ୍ ସମୟରେ ଜଣେ ଯୁବକଙ୍କୁ ପୋଲିସ ଚାପୁଡ଼ା ମାରିବା ଭିଜୁଆଲ ଭାଇରାଲ୍ ହୋଇଛି । ଏହି ଘଟଣା ପ୍ରାୟ ସପ୍ତାହେ ତଳର । ସଟ‌୍ ଡାଉନ୍ ସମୟରେ ପୋଲିସ ଓ ମାଜିଷ୍ଟ୍ରେଟ୍ ଚେକିଂ ଚାଲୁଥିବା ବେଳେ ଜଣେ ଯୁବକ ବସଷ୍ଟାଣ୍ଡ ଆସିଥିଲେ । ତେବେ ସେ ମାସ୍କ ପିନ୍ଧିନଥିଲେ । ଏନେଇ ପୋଲିସ  ପ୍ରଶ୍ନ କରିଥଲା । ତେବେ ଯୁବକ ଜଣଙ୍କ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ସହ ଯୁକ୍ତି କରିଥିଲେ ।

ପୋଲିସ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ କର୍ମଚାରୀ ସମ୍ପୃକ୍ତ ଯୁବକକୁ ଚାପୁଡା ମାରିଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସେହିଦିନ ସମାଧାନ ହୋଇଥିଲା । କିନ୍ତୁ ଏବେ ଭିଡ଼ିଓ ଭାଇରାଲ୍ ହେବା ପରେ ଘଟଣା ଚର୍ଚ୍ଚାକୁ ଆସିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡ଼ା ଏସପି ।

Leave a Reply

Your email address will not be published. Required fields are marked *