ସ୍ବାଧୀନତା ସଂଗ୍ରାମୀ ଶ୍ରୀ ଗୁପ୍ତାଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର

ସମ୍ବଲପୁର:-ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ୧୦ ଓଡିଆ ସ୍ବାଧୀନତା ସଂଗ୍ରାମୀ ପାଇବେ ରାଷ୍ଟ୍ରପତି ପୁରସ୍କାର | ୧୦ ଜଣଙ୍କ ମଧ୍ଯରେ ସମ୍ବଲପୁର ସ୍ବାଧିନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ମଧ୍ଯ ରହିଛନ୍ତି | ଏକଥା ଜଣା  ପଡିବା ପରେ ସେହି ଅଂଚଳରେ ଖୁସିର ଲହରି ଖେଳିଯାଇଛି | ସ୍ବାଧିନତା ସଂଗ୍ରାମୀ ଶ୍ରୀ ଗୁପ୍ତା ଅଭିବକ୍ତ ସମ୍ବଲପୁର ଜିଲ୍ଲା ତିଲିଆ ଗ୍ରାମପଂଚାୟତ କଟାପାଲି ଗାଁରେ ୧୯୨୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ | ୧୯୪୫ ମସିହାରେ ମହାତ୍ମାଗାନ୍ଧୀଙ୍କ ଡାକରାରେ ଯୋଗ ଦେଇ ୯ ମାସ ଜେଲ୍ ସହ ତାଙ୍କ ଉପରେ ୫୦ ଟଙ୍କା ଜରିମାନା ହୋଇଥିଲା। ହେଲେ ଜରିମାନା ନଦେବା ପାଇଁ ମନସ୍ଥ କରିବାରୁ ତାଙ୍କୁ ଆହୁରି ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥିଲା | କ୍ରାନ୍ତି ଆନ୍ଦୋଳନରେ ତାଙ୍କର ଏହି ଯୋଗଦାନ ପାଇଁ ଆସନ୍ତା କ୍ରାନ୍ତି ଦିବସରେ ରାଷ୍ଟ୍ରପତି ପୁରସ୍କାର ଦିଆଯିବ |ହେଲେ କୋଭିଡ ପାଇଁ ସେ ରାଷ୍ଟ୍ରପତି ଭବନ ଯିବେ ନାହିଁ ବରଂ ରାଜ୍ଯପାଳ ତାଙ୍କ ଘରକୁ ଆସି ସମ୍ମାନିତ କରିବେ | ବର୍ତମାନରେ ମୁରାର କଲମି ଗାଁରେ ପରିବାର ସହ ରହୁଛନ୍ତି |

Leave a Reply

Your email address will not be published. Required fields are marked *