ଭାରତରେ କରୋନା ଜନିତ କମ୍ ମୃତ୍ୟୁହାର ନେଇ ଆମେରିକା ଗଣମାଧ୍ୟମ ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ:-ଭାରତରେ କରୋନା ଭାଇରସର ମୋଟ ମାମଲାର ସଂଖ୍ୟା ୧୦.୩୮ ଲକ୍ଷ ଉପରୁ ଅଧିକ ପହଁଞ୍ଚି ଯାଇଛି ଓ ଭାରତରେ ସଂକ୍ରମଣ ମାମଲା ଟପ୍-୩ ଦେଶରେ ରହିଛି। ଭାରତରେ ଏପର୍ଯ୍ୟନ୍ତ ୨୬,୨୭୩ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଆମେରିକାର ଏକ ପ୍ରମୁଖ ଖବରକାଗଜ ‘ଓ୍ବାଶିଂଟନ୍ ପୋଷ୍ଟ’ ଭାରତରେ କରୋନା ଦ୍ବାରା କମ୍ ମୃତ୍ୟୁ ସଂଖ୍ୟାକୁ ରହସଞ ବୋଲି କହିଛି।

ଆମେରିକାର ଖବରକାଗଜର କହିବା ଅନୁସାରେ, କରୋନା ଭାଇରସକୁ ନେଇ ଭାରତ ଦେଇଥିବା ମୃତ୍ୟୁସଂଖ୍ୟା ରିପୋର୍ଟକୁ ନେଇ ରହସ୍ୟ ରହିଛି। ପ୍ରକୃତରେ ଆମେରିକା ଓ ବ୍ରାଜିଲରେ ଯେତେବେଳେ କରୋନା ସଂକ୍ରମଣ ସଂଖ୍ୟା ୧୦ ଳକ୍ଷ ଥିଲା ସେତେବେଳେ ମୃତ୍ୟୁ ସଂଖ୍ୟା ୫୦ ହଜାରରୁ ଅଧିକ ଥିଲା। କିନ୍ତୁ ମୋଟ ୧୦ ଲକ୍ଷ ମାମଲାରେ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫ ହଜାର ରହିଛି।

ଭାରତ ସରକାର ଗୋଟିଏ ପଟେ କହୁଛନ୍ତି, ଅନ୍ୟଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି। କିନ୍ତୁ ଦେଶର ଗ୍ରାମୀଣ ଅଞ୍ଚଳରେ ବହୁ ଲୋକ ସ୍ବାସ୍ଥ୍ୟ ସୁବିଧା ପାଇପାରୁନାହାନ୍ତି। ଏପରିକି ବହୁତ ଲୋକଙ୍କର ଟେଷ୍ଟିଂ କରାଯାଇ ନାହିଁ । ଏଥିରୁ ଜଣାପଡୁଛି ଯେ,  କରୋନାରୁ ହେଉଥିବା ମୃତ୍ୟୁର ସଠିକ୍ ରିପୋର୍ଟ ମିଳିପାରୁନଥିବ। ସେଭଳି ଋଷରେ ୭.୫ ଲକ୍ଷ କରୋନା ମାମଲା ଆସିବା ପରେ ମୃତ୍ୟୁ ସଂଖ୍ୟା ୧୨ ହଜାର ହେବାପରେ ମଧ୍ୟ ପ୍ରଶ୍ନ ଉଠିଛି।

ଭାରତରେ ମୃତ୍ୟୁ ସଂଖ୍ୟା କମ୍ ହେବା ପଛରେ ଟିବିର ଟୀକା, ଭାଇରସର କମ୍ ଘାତକ୍ ଷ୍ଟ୍ରେନ୍ ରହିବା, ଜେନେଟିଭ ଓ ଇମ୍ୟୁନିଟି ଫାକ୍ଟର ଏହାର କାରଣ ବୋଲି କୁହାଯାଉଛି। କିନ୍ତୁ ଆମେରିକା ଖବର କାଗଜ ଏକ୍ସପର୍ଟ କହିଛନ୍ତି, ଏସବୁ ଥିଓରି, ଯାହାର ପ୍ରମାଣ ମିଳିପାରିନାହିଁ

Leave a Reply

Your email address will not be published. Required fields are marked *