ଚୀନକୁ ଘେରିବା ପାଇଁ ଆଣ୍ଡମାନ ଦ୍ୱୀପରେ ଭାରତୀୟ ନୌସେନାର ଯୁଦ୍ଧଭ୍ୟାସ

ନୂଆଦିଲ୍ଲୀ:-ପୂର୍ବ ଲଦାଖର LAC ସୀମାରେ ଚୀନ୍ ସହିତ ଚାଲିଥିବା ସାମରିକ ମୁକାବିଲା ମଧ୍ୟରେ ଭାରତୀୟ ନୌସେନା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ନିକଟରେ ଯୁଦ୍ଧ ଅଭ୍ଯାସ କରିଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ ଆଣ୍ଡାମାନ ଏବଂ ନିକୋବରର ଦ୍ୱୀପ ପୁଞ୍ଜ ନିକଟରେ ଥିବା ସାମୁଦ୍ରିକ ମାର୍ଗ ଦେଇ ଚୀନ ବାଣିଜ୍ଯ କାରବାର କରିଥାଏ । ଭାରତୀୟ ନୌସେନା ଏହି ଯୁଦ୍ଧଭ୍ୟାସ ଏଭଳି ସମୟରେ ଆୟୋଜନ କରିଛି ଯେତେବେଳେ କି ଚୀନ ଦକ୍ଷିଣ ଚୀନ ସାଗରରେ ଆମେରିକା ଯୁଦ୍ଧ ଜାହାଜ ସହ ମୁହଁମୁହିଁ ସ୍ଥିତିରେ ରହିଛି । ଚୀନକୁ ମୁହଁତୋଡ ଜବାବ ଦେବାପାଇଁ ଆମେରିକା ତାର ଯୁଦ୍ଧ ବିମାନବାହୀ ଜାହାଜ ୟୁଏସ ନିମିତେଜ ଓ ରୋନାଲ୍ଡ ରେଗାନକୁ ଦକ୍ଷୀଣ ଚୀନ ସାଗରରେ ମୁତୟନ କରିଥିବାବେଳେ ଭାରତ ମଧ୍ୟ ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜ ନିକଟରେ ନିଜ ଯୁଦ୍ଧ ଜାହାଜକୁ ନେଇ ଯୁଦ୍ଧଭ୍ଯାସ କରିଛି।

 

ଭାରତୀୟ ନୌସେନା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ନିଜର ସାମରିକ ଶକ୍ତିକୁ ମଜବୁତ କରୁଛି  2001 ରେ ଚୀନ୍ ସହିତ ଥିବା ସାମୁଦ୍ରିକ ସୀମାରେ ସୁରକ୍ଷା ଦେବା ନେଇ ନୌସେନାର ଆଣ୍ଡାମାନନିକୋବର କମାଣ୍ଡ (ANC) ଗଠନ କରାଯାଇଥିଲା । ଏହି କମାଣ୍ଡ ଦେଶର ଏକମାତ୍ର କମାଣ୍ଡ ଯାହା ଅଧୀନରେ ଭାରତର ତିନି ସେନା ଏକାସଙ୍ଗରେ କାର୍ଯ୍ୟକରିଥାଏ । ପୂର୍ବାଞ୍ଚଳ ଫ୍ଲେଟର ମୁଖ୍ୟ ରିୟର ଆଡମିରାଲ ସଞ୍ଜୟ ଭାଟସାୟନଙ୍କ ନେତୃତ୍ୱରେ ଏହି ଯୁଦ୍ଧ ଅଭ୍ୟାସ ଏଏନସି ଯୁଦ୍ଧ ଜାହାଜ ଏବଂ ବିମାନ ଏବଂ ଇଷ୍ଟର୍ଣ୍ଣ ନୌସେନା କମାଣ୍ଡର ଯୁଦ୍ଧଜାହାଜ ଓ ବିମାନକୁ ମଧ୍ୟ ସାମିଲ କରାଯାଇଛି । ଭାରତର ଏହି ଡ୍ରିଲ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏଠାରୁ ହିଁ ଚୀନ୍‌ର ଅନେକ ବାଣିଜ୍ୟିକ ଜାହାଜ ଏହି ସମୁଦ୍ର ମାର୍ଗ ଦେଇ ଯାଇଥାଏ ଯାହା ମାଧ୍ୟମରେ ଚୀନ୍ ଅନେକ ବାଣିଜ୍ୟ କାର୍ଯ୍ୟକଳାପ କରିଥାଏ

 

ଆଣ୍ଡାମାନନିକୋବର ଦ୍ୱୀପପୁଞ୍ଜ ନିକଟରେ ଚାଲିଥିବା ଏହି ଯୁଦ୍ଧଭ୍ୟାସରେ ଭାରତୀୟ ଯୁଦ୍ଧ ଜାହାଜରେ ବିନାଶକାରୀପାଟ୍ରୋଲିଂ  ଜାହାଜ ଏବଂ ବୁଡ଼ାଜାହାଜକୁ ମଧ୍ଯ ଅନ୍ତର୍ଭୁକ୍ତ କରାଯାଇଛି । କିଛି ଯୁଦ୍ଧ ଜାହାଜକୁ ମାଲାକା ଷ୍ଟ୍ରକ୍ ନିକଟରେ ଛିଡା କରାଯାଇଛି ଯେଉଁରାସ୍ତା ଦେଇ ଚୀନର ଅନେକ ବାଣିଜ୍ୟିକ ଜାହାଜ ଗତି କରିଥାଏ | ଗତ ମାସରେ ମାଲାକାରେ ଭାରତ ଏବଂ ଜାପାନ ମିଳିତ ଭାବେ ଯୁଦ୍ଧଭ୍ୟାସ କରିଥିଲେ | ଚୀନ୍ ଉପରେ ସାମୁଦ୍ରିକ ସୀମାରେ ନଜର ରଖିବା ପାଇଁ ଭାରତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ନିଜର ଶକ୍ତି ବୃଦ୍ଧି କରିବା ଆରମ୍ଭ କରିଛି । ସେଥିପାଇଁ ନୌସେନା ନିଜକୁ ମଜବୁତ କରିବା ଉଦ୍ଦେଶ୍ୟରେ 248 ଅସ୍ତ୍ର ମିସାଇଲ୍ ଏବଂ କ୍ରୁଜ୍ ମିସାଇଲ୍ ସିଷ୍ଟମ କିଣିବାକୁ ଯାଉଛିଯାହାକୁ ସରକାର ମଧ୍ୟ ଅନୁମୋଦନ କରିଛନ୍ତି |

 

ଭାରତୀୟ ନୌସେନାର ଏଭଳି ଡ୍ରିଲ ଚୀନ୍ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି  କାରଣ ଆମେରିକାର ଦୁଇ ବିମାନ ପରିବହନକାରୀ ଯୁଦ୍ଧ ଜାହାଜକୁ ଦକ୍ଷିଣ ଚୀନ୍ ସାଗରରେ ମୁତୟନ କରିବା ସହ ସେଠାରେ ଚୀନକୁ ଜବାବ ଦେବା ପାଇଁ ଯୁଦ୍ଧଭ୍ୟାସ କରୁଛି।  ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ 16 ଜୁଲାଇରେ ଦେଇଥିବା ସରକାରୀ ବିବୃତ୍ତିରେ ଦକ୍ଷିଣ ଚୀନ୍ ସାଗରକୁ ବିଶ୍ୱସ୍ତରର ଏକ ଅଂଶ ବୋଲି ବର୍ଣ୍ଣନା କରିଛି । ଦକ୍ଷିଣ ଚୀନ୍ ସାଗର ଉପରେ ଚୀନ୍‌ର ଏକଚାଟିଆ ଅଧିକାରକୁ ଭାରତ ପ୍ରଥମ ଥର ପାଇଁ ଚ୍ୟାଲେଞ୍ଜ କରିଛି । 

Leave a Reply

Your email address will not be published. Required fields are marked *