କ୍ଵାରେଣ୍ଟାଇନ୍ ସେଣ୍ଟରରେ ଦୁଷ୍କର୍ମ

ମୁମ୍ବାଇ:-ସନ୍ଦିଗ୍ଧ କୋଭିଡ-୧୯ ସଂକ୍ରମିତ, ସୁସ୍ଥ ହେବାକୁ କ୍ବାରେଣ୍ଟାଇନ ସେଣ୍ଟର ଆସିଲେ ଆଉ ସେଠି ସାଜିଲେ ଖଳନାୟକ । ଜଣେ ମହିଳା ଅନ୍ତେବାସୀଙ୍କ ବିଶ୍ବାସରେ ବିଷ ଦେଇ ତାଙ୍କ ଇଜ୍ଜତ ଲୁଟିଲେ ।ପୀଡିତାଙ୍କ ବୟସ ୪୦ ବର୍ଷ, ଆଉ ସେହି କାମୁକ ଦୁଷ୍କର୍ମକାରୀକୁ ୨୫ ବର୍ଷ ବୟସ । ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ଧରାପଡିବାର ସମ୍ଭାବନା ଥାଇ ବି ଯୁବକର ମୁଣ୍ଡରେ କିପରି ସଇତାନୀ କାମୁକତା ପସିଲା ତାହା ହିଁ ଏବେ ଚର୍ଚ୍ଚାର କାରଣ ।

ଜୁଲାଇ ୧୫ ତାରିଖର ଘଟଣା । ନାଭି ମୁମ୍ବାଇର ପାନବେଲ ତାଲୁକ ଥାନା ଅନ୍ତର୍ଗତ କୋନ ଗାଁରେ ଥିବା ଇଣ୍ଡିଆବୁଲ୍ସ କ୍ବାରେଣ୍ଟାଇନ କେନ୍ଦ୍ରରେ ଘଟିଛି ଏହି କାଣ୍ଡ । ଅଭିଯୁକ୍ତ ଯୁବକ ନିଜକୁ ଡାକ୍ତର କହି କ୍ବାରେଣ୍ଟାଇନ ସେଣ୍ଟର ଭିତରେ ହିଁ  ପୀଡିତା ମହିଳାଙ୍କୁ କରିଛି ଦୁଷ୍କର୍ମ । ୧୪ ତାରିଖ ଦିନ ସେହି କ୍ବାରେଣ୍ଟାଇନ କେନ୍ଦ୍ରକୁ ଆସିଥିଲେ ଜଣେ ୪୦ ବର୍ଷୀୟା ମହିଳା । ଖରଘର ଅଞ୍ଚଳରୁ ଆସିଥିବା ମହିଳାଙ୍କ ଠାରେ କୋଭିଡ ଲକ୍ଷଣ ରହିଥିଲା । ତେବେ ୧୫ ତାରିଖରେ ସେହି କ୍ବାରେଣ୍ଟାଇ ସେଣ୍ଟରକୁ ଆସିଥିଲା ଜଣେ ୨୫ ବର୍ଷୀୟ ଯୁବକ । ତେବେ ସଂଧ୍ୟାରେ ସେହି ଯୁବକ ଜଣକ କିଛି ବାହାନାରେ ମହିଳାଙ୍କ ପ୍ରକୋଷ୍ଠରେ ପ୍ରବେଶ କରିଥିଲା । ନିଜକୁ ଡାକ୍ତର କହି ସେ ମହିଳାଙ୍କ ସହ କଥା ହୋଇଥିଲା । ତାକୁ ବିଶ୍ବାସ କରି ମହିଳା ଜଣକ ତାଙ୍କ ଗୋଡରେ ଯନ୍ତ୍ରଣା ହେଉଥିବା କହିଥିଲେ । ଆଉ ନିଜକୁ ଡାକ୍ତର ପରିଚୟ ଦେଇଥିବା ଯୁବକ ଜଣକ ଗୋଡ ମାଲିସ କରି ଚିକିତ୍ସା କରିବା ବାହାନାରେ ମହିଳାଙ୍କୁ ବଳାତ୍କାର କରିଥିଲା । ତାଙ୍କୁ ଗାଧୁଆଘର ଭିତରକୁ ଟେକି ନେଇ ତାଙ୍କ ପାଟି ବନ୍ଦ କରି ଦୁଷ୍କର୍ମ କରିଥିଲା ଏବଂ କାହାକୁ କହିଲେ ମାରିଦେବ ବୋଲି ଧମକ ଦେଇଥିଲା । କିନ୍ତୁ ଯୁବକ ଜଣ ଚାଲିଯିବାର କିଛି ସମୟପରେ ମହିଳା ଜଣକ କ୍ବାରେଣ୍ଟାଇନ ସେଣ୍ଟର କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିବା ସହ ଶୁକ୍ରବାର ଏନେଇ ମାମାଲା ରୁଜ୍ଜୁ କରିଛି ।

Leave a Reply

Your email address will not be published. Required fields are marked *