କରୋନା କଟକଣା ପାଇଁ ଗ୍ରାହକଙ୍କ ପକେଟରେ ପରିବା ମାଡ଼,ଫୁଲକୋବି ଗୋଟାକୁ ୧୦୦, ଦେଶୀ କାଙ୍କଣ କିଲ ୨ଶହ ଟଙ୍କା

ସମ୍ବଲପୁର:-କରୋନା ପାଇଁ ଅନେକ ଜୀବନ ଜୀବିକା ହରାଇଥିବା ବେଳେ ପନିପରିବା ଚାଷ ବି ପ୍ରଭାବିତ ହୋଇଛି । ଉତ୍ପାଦନ କମ ହେବାରୁ ପନିପରିବା ଦର ଆକାଶ ଛୁଅାଁ ହୋଇଛି । ଫଳରେ ଖାଉଟିଙ୍କ ଉପରେ ସିଧାସଳଖ ଏହାର ପ୍ରଭାବ ପଡଛି l ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସାପ୍ତାହିକ ହାଟ । ତାଜା ଓ ତଟକା ପନିପରିବା ପାଇଁ ଏଠାରେ ଲୋକଙ୍କ ଭିଡ ଲାଗେ । କରୋନା କାଳରେ ହାଟକୁ ଲୋକେ ଆସୁଛନ୍ତି । ହେଲେ ପରିବା ଦର ଶୁଣି ଛାନିଆ ହୋଇଯାଉଛନ୍ତି । କୁଚିଣ୍ଡା ସପ୍ତାହିକ ହାଟରେ ପରିବା ଦର କେତେ ଅଛି, ଏବେ ଆସନ୍ତୁ ନଜର ପକାଇବା ।
ପରିବା କିଲୋ ପ୍ରତିି ଦର
ଟମାଟୋ ୮୦ ଟଙ୍କା
ବାଇଗଣ ୫୦ ଟଙ୍କା
କଲରା ୧୦୦ ଟଙ୍କା
ଦେଶି କାଙ୍କଡ ୨୦୦ ଟଙ୍କା
ଝୁଡଙ୍ଗ ୮୦ ଟଙ୍କା
ଫୁଲକୋବି ୧୦୦ ଟଙ୍କା
ବନ୍ଧାକୋବି ୮୦ ଟଙ୍କା
ସଜନା ଛୁଇଁ ୧୨୦ ଟଙ୍କା

Leave a Reply

Your email address will not be published. Required fields are marked *