ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ବାପା ମାଆଙ୍କୁ ଦୀର୍ଘ ସାଢେ ତିନି ଘଣ୍ଟା ପଚରା ଉଚୁରା

ଭୁବନେଶ୍ୱର: :-ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଜୋରଦାର ହୋଇଛି ତଦନ୍ତ । ଆଜି ପତ୍ନୀ ବିଦ୍ୟାଶ୍ରୀ, ବାପା ଓ ମାଆଙ୍କୁ ଦୀର୍ଘ ସାଢେ ୩ ଘଂଟା ଜେରା କରିଛନ୍ତି ତଦନ୍ତକାରୀ ଦଳ । ଜିଆରପି ଡିଏସପି ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ତଦନ୍ତ କରିବାକୁ ଆଦିତ୍ୟଙ୍କ ଘରେ ପହଂଚିଥିଲା । ତାଙ୍କ ଘରେ ପରିବାରର ଏହି ତିନି ଜଣ ପତ୍ନୀ, ବାପା ଓ ମାଆଙ୍କୁ ଦୀର୍ଘ ସମୟ ଧରି ଜିଆରପିର ତଦନ୍ତକାରୀ ଦଳ ଜେରା କରିଥିଲେ ।ବେ ସମସ୍ତ ଦିଗରୁ ମାମଲାର ତଦନ୍ତ କରୁଥିବା କହିଛନ୍ତି ଡିଏସପି ଚନ୍ଦ୍ରଶେଖର ସାହୁ । ତେବେ ବର୍ତମାନ ସୁଦ୍ଧା କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ନାହୁଁ ବୋଲି ସେ କହିଛନ୍ତି । ପୂର୍ବରୁ ଆଦିତ୍ୟ ଦାଶଙ୍କ ଦୁଇ ସାଙ୍ଗ ପପୁ ଓ ବିକାଶକୁ ମଧ୍ୟ ଜେରା କରି ସାରିଛି ଜିଆରପି । ଅନ୍ୟପଟେ ଲିଙ୍ଗରାଜ ଷ୍ଟେସନ ନିକଟରେ ରେଳ ଧାରଣାରେ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା । ତେବେ ସେହି ଦିନ ପୁରୁଷୋତ୍ତମ ଏକ୍ସପ୍ରେସ କୌଣସି ଧକ୍କା ଦେଇ ନଥିବା ଏହାର ଚାଳକ ବିଷ୍ଣୁଚରଣ ସେଠୀ  ସୂଚନା ଦେଇଥିଲେ । ଅନ୍ୟପଟେ ସେହି ସମୟରେ ଅତିକ୍ରମ କରିଥିଲା ଆଉ ଗୋଟିଏ ପାର୍ସଲ ଟ୍ରେନ୍ ଓ ମାଲଗାଡି । ତେବେ ଏବେ ବି ରହସ୍ୟ ଭିତରେ ରହିଛି ଆଦିତ୍ୟଙ୍କ ମୃତ୍ୟୁ ।

ବାହାଘରଠୁ ଆରମ୍ଭ କରି ସାଂସାରିକ ଜୀବନ ବିଷୟରେ ପଚାରିଥିବା ସୂଚନା ମିଳିଛି । ଆଦିତ୍ୟଙ୍କ ମୃତ୍ୟୁ ଦିନ ସେମାନଙ୍କ ଭିତରେ କୌଣସି ଝଗଡ଼ ହୋଇଥିଲା କି ? ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କିଛି ମନୋମାଳିନ୍ୟ ଥିଲା କି ? ନା ଆଉ କାହା ସହ କିଛି ଶତ୍ରୁତା ରହିଥିଲା ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିଛି ଜିଆରପି ।

ପୂର୍ବରୁ ଆଦିତ୍ୟଙ୍କ ସାଙ୍ଗ ପପୁ ଓ ବିକାଶକୁ ଜେରା କରାଯାଇଛି । ଏଯାଏଁ ୩୦ରୁ ଅଧିକ ଲୋକଙ୍କୁ ପଚରାଉଚା କରି ସାରିଲାଣି ପୋଲିସ । କିନ୍ତୁ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନି ।

ଗତକାଲି ପୁରୁଷୋତ୍ତମ ଏକ୍ସପ୍ରେସର ଟ୍ରେନ ଡ୍ରାଇଭର କହିଥିଲେ, ଜୁଲାଇ ୬ ତାରିଖରେ ପୁରୀ-ଭୁବନେଶ୍ୱର ରେଲଓ୍ୱ ଲାଇନରେ କୌଣସି ଦୁର୍ଘଟଣା ହୋଇ ନଥିଲା । ତାଙ୍କର ବୟାନ ପରେ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଅଧିକ ଘନେଇଛି ରହସ୍ୟ ।

Leave a Reply

Your email address will not be published. Required fields are marked *