ରାଜ୍ୟରେ ପୁଣି ଲକଡାଉନ୍, ୪ ଜିଲ୍ଲା ଓ ରାଉରକେଲା ମ୍ୟୁନିସିପାଲିଟିରେ ଜୁଲାଇ ୩୧ ଯାଏଁ ଲକଡାଉନ୍

ଭୁବନେଶ୍ୱର;-ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର, ରାଉରକେଲା ମ୍ୟୁନିସିପାଲିଟି କର୍ପୋପେସନ୍ ଆଦି ୪ ଜିଲ୍ଲାରେ ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ । ସରକାର କରୋନା ମୁକାବିଲା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ଏହାକୁ ଅଧିକ କଡାକଡି କରାଯିବ । କାରଣ କିଛି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ଟେଷ୍ଟି ବୃଦ୍ଧି ହେବ । ପଜିଟିଭ୍ ବାହାରିଲେ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଏହି ୧୪ ଦିନ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟବାସୀଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଏହି ସବୁ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ପରିବା, କ୍ଷୀର ଦୋକାନ ଆଦି ଖୋଲାରହିବ । ଅନ୍ୟ ଦୋକାନ ବଜାର ସପିଂ ମଲ୍, ଅଫିସ, ଅନୁଷ୍ଠାନ ସବୁ ବନ୍ଦ ରହିବ । କେବଳ କେନ୍ଦ୍ର ସରକାରଙ୍କ ଡିଫେନ୍ସ, ରାଜ୍ୟ ସରକାରଙ୍କ ସିଏଜି, ଟ୍ରେଜେଜୀ ଆଦି ଖୋଲା ରହିବ । ପୋଷ୍ଟ ଅଫିସ୍, ଏନଆଇସି, ଆଇଏମଡି, ଜିଏସଟିଏନ, ଟେଲିକମ୍ ଅଫିସ୍, ଆରବିଆଇର ଅଫିସ, ଏଟିଏମ ଆଦି ଖୋଲା ରହିବ । ତେବେ ଜୋମାଟୋ, ସ୍ୱିଗି, ଚିଲିକା ଫ୍ରେସର ହୋମ୍ ଡେଲିଭରୀ ପୂର୍ବଭଳି ଚାଲିବ । ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ୍ ଆଦି ଖୋଲା ରହିବ । ସେହିପରି ଇ-କମର୍ସ ମଧ୍ୟ ଜାରି ରହିବ ।

ସେହିପରି କ୍ଲିନିକ୍, ନର୍ସିଂ ହୋମ୍, ଆମ୍ବୁଲାନ୍ସ, ମେଡିକାଲ, ଓ୍ୱାଟର ସପ୍ଲାଇ, ସାନିଟେଜସନ୍ ଆଦି ଖୋଲା ରହିବ । ସେହିପରି ପରିବହନ କ୍ଷେତ୍ରରେ ଜାତୀୟ ରାଜପଥରେ ଆବଶ୍ୟକୀୟ ପାସ୍ ଥିଲେ କିମ୍ବା ଜରୁରୀ କାଳୀନ କ୍ଷେତ୍ରରେ ହିଁ ଗାଡି ଚାଲିବ ।

Leave a Reply

Your email address will not be published. Required fields are marked *