ଭିଜିଲାନ୍ସ ଜାଲରେ ପୋଲିସ ସେବା ଭବନର କନେଷ୍ଟବଳ ସିପି କଲେ ନିଲମ୍ବିତ
ଭୁବନେଶ୍ୱର : ଖାକିରେ କଳଙ୍କ। ପୋଲିସ ସେବା ଭବନର ଜଣେ କନଷ୍ଟେବଳ ପାଇଁ ବଦନାମ ହୋଇଛି କମିଶନରେଟ ପୋଲିସ। ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କନଷ୍ଟେବଳ। ଯାହାଫଳରେ ପୋଲିସ ସେବା ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଥିଲା। ସେଠାରେ ଜଣେ କନେଷ୍ଟବଳଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ପ୍ରୋଭିଡେଣ୍ଟ ଫଣ୍ଡ କରେଇଦେବା ନାମରେ ସେ ଲାଞ୍ଚ ନେଉଥିଲେ । ସେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନେଇ ସୂଚନା ମିଳିଛି । ଏହାସହ ଲାଞ୍ଚ ନେଇ ଗିରଫ ହେବା ପରେ କନେଷ୍ଟବଳ ସୁରେଶ ଚନ୍ଦ୍ର ଦାସଙ୍କୁ ନିଲମ୍ବନ କରାଯାଇଛି । ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ କମିଶନର ।