ବାରାକ ଓବାମା, ବିଲ୍ ଗେଟ୍ସଙ୍କ ସମେତ ବହୁ ବଡ଼ ନେତା, ଶିଳ୍ପପତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ:ବିଶ୍ୱର ବଡ଼ ବଡ଼ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଇ-କମର୍ସ ସଂସ୍ଥା ଆମାଜନ୍ CEO ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ସେହିଭଳି ଟେଲ୍ସା CEO ଏଲନ୍ ମସ୍କ, ଆପଲ୍ ଓ ଉବେରର ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି ।ହଜାରେ ଡଲାର ଦେଲେ ୨ ହଜାର ଡଲାର ପାଇବେ ବୋଲି ହ୍ୟାକରମାନେ ଲେଖିଛନ୍ତି ।  ଟ୍ୱିଟର ପକ୍ଷରୁ ପୂରା ଘଟଣାର ସବିଶେଷ ଯାଞ୍ଚ କରାଯାଉଛି । ତେବେ ନାମୀ ବ୍ୟକ୍ତିବିଶେଷଙ୍କ ସବୁ ତଥ୍ୟ ସୁରକ୍ଷିତ ଥିବା ଟ୍ୱିଟର ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ସାମୟିକ ଭାବେ ଏହିସବୁ ବ୍ୟକ୍ତିବିଶେଷଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଛି ।

Leave a Reply

Your email address will not be published. Required fields are marked *