ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ

ଭୁବନେଶ୍ୱର : ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ ।  ବିବାହର ପ୍ରତିଶ୍ରୃତି ଦେଇ ଠକିଦେଲା ପ୍ରେମିକ ।  ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ  ପ୍ରେମିକାର ଧାରଣା ।  ଏଭଳି ଘଟଣା ଦେଖିବାକୁ ମିଳିଛି  ବାଲେଶ୍ୱର ଜିଲ୍ଲା  ରୁପ୍ପା ଥାନା  ଗଡପଦା ପଂଚାୟତ  ଓଡିଆଶାସନ ଗାଁରେ ।  ଅଭିଯୋଗ ଅନୁସାରେ,  ପ୍ରେମିକ  ବିଶ୍ୱଜିତ ବିଶ୍ୱାଳଙ୍କ ଘର ରୁପ୍ସା ଥାନା ଓଡିଆ ଶାସନ ହୋଇଥିବାବେଳେ ପ୍ରେମିକାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଅଂଚଳରେ । ଉଭୟ ଦିଲ୍ଲୀରେ ନୋଇଡା ଅଂଚଳର ଏକ ଲୁଗା କମ୍ପାନୀରେ କାମ କରୁଥିଲେ ।  ଉଭୟ ଦିଲ୍ଲୀରେ ରହିବା ସମୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେବେ ଗତ କିଛିଦିନ ତଳେ  ବିଶ୍ୱଜିତ ଘରକୁ ଆସି ଫେରିନଥିଲେ କି  ସଂପୃକ୍ତ ଝିଅକୁ ଫୋନ କରିନଥିଲେ ।ଏପଟେ ପରିବାର ଲୋକଙ୍କ ପସନ୍ଦରେ  ଅନ୍ୟ ଜଣେ ଝିଅ ସହିତ  ବିଶ୍ୱଜିତଙ୍କ ବାହାଘର  ହେଉଥିବା ଖବର ପାଇଁ  ସଂପୃକ୍ତ ଝିଅ  ଦିଲ୍ଲୀରୁ ବାଲେଶ୍ୱର ଆସି  ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି  । ଏ ନେଇ ପୁଲିସରେ ବି ଅଭିଯୋଗ ହୋଇଛି । ସ୍ଥାନୀୟ ପୁଲିସ , ସଂରପଚ ଯୁବକଙ୍କୁ ବୁଝାଇଥିବାବେଳେ କିଛି ସୁଫଳ ମିଳିନାହିଁ ।  ବିବାହ ସ୍ଥଗିତ ରହିଛି ।  ପ୍ରେମିକ ବିଶ୍ୱଜିତ ବି ଫେରାର ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *