କ୍ୱାରେଣ୍ଟାଇନ୍ ହୋମ୍ରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ
ପୁରୀ:-କ୍ୱାରେଣ୍ଟାଇନ୍ ହୋମ୍ରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ସଦର ଥାନା ଅଧୀନ ଗୋରୁଆଳଠାରେ ଏଭଳି ଘଟଣା ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ କହିଛି ଯେ, ନାବାଳିକା ଓ ତାଙ୍କ ଭାଇ କ୍ୱାରେଣ୍ଟାଇନ୍ ହୋମ୍ରେ ରହିଥିଲେ । ସେଠାରେ ମୋଟ ୧୫ ଜଣ କ୍ୱାରେଣ୍ଟାଇନ୍ରେ ରହିଛନ୍ତି । ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ସେଠାରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ହେଲେ ଚିତ୍କାର କରିବାରୁ ଦୁର୍ବୃତ୍ତ ଖସି ପଳାଇଥିଲା । ଏନେଇ ଅଭିଯୋଗ ହେବା ପରେ ନାବାଳିକା ଜଣଙ୍କ ନାଁ ସନ୍ଦେହରେ କହିଛି । ଅଭିଯୁକ୍ତ କ୍ୱାରେଣ୍ଟାଇନ୍ରେ ଥିବାଙ୍କ ମଧ୍ୟରୁ ଜଣେ ନା ବାହାରୁ ଆସିଛି ତାହାର ତଦନ୍ତ ଚାଲିଛି । ଏନେଇ ଛାନ୍ଭିନ୍ ଚାଲିଥିବା ଆଇଆଇସି କହିଛନ୍ତି । ତେବେ କ୍ୱାରେଣ୍ଟାଇନ୍ ହୋମ୍ରେ ସୁରକ୍ଷା କର୍ମୀ କି’ଭଳି ଦୁର୍ବୃତ୍ତକୁ କାବୁ କରିପାରିଲେନି ସେନେଇ ବିଭିନ୍ନ ଆଲୋଚନା ଜୋର୍ ଧରିଛି ।










