ପୂର୍ବ ଶତ୍ରୁତାକୁ ନେଇ ଘର ଜାଳି ଦେଲେ ଦୁର୍ବୃତ୍ତ

ଗଂଜାମ:-ପୂର୍ବ ଶତ୍ରୁତାକୁ ନେଇ ଘର ଜାଳି ଦେଲେ ଦୁର୍ବୃତ । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ନିମପଦର ଗାଁରେ ଘଟିଛି ଏହି ଅଘଟଣ । ନିମପଦର ଗାଁର ମିଥୁନ ପୋଲାଇଙ୍କ ଘରେ କେହି ଦୁର୍ବୃତ ନିଅାଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଛି ।୨ଟି ନୂଆ ମୋଟର ସାଇକେଲ, ୫ଟି ସାଇକେଲ ସହ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ପୋଡି ନଷ୍ଟ ହୋଇଯାଇଛି । କିଛି ଦିନ ତଳେ ନିମପଦର ଗାଁର କିଛି ଯୁବକଙ୍କୁ ମହୁଲି ମଦ ରନ୍ଧାକୁ ନେଇ ଗିରଫ କରିଥିଲା ପୁଲିସ । ସେହି ଯୁବକମାନେ ମିଥୁନ ପୁଲିସକୁ ଖବର ଦେଇଥିବା ସନ୍ଦେହରେ ପ୍ରତିଶୋଧ ପରାୟଣ ହୋଇ ଘର ଜାଳି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ମିଥୁନ ପୋଲାଇ । ବୁଗୁଡା ପୁଲିସ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *