ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ

ରେମୁଣା :-ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କରୋନା ଆକ୍ରାନ୍ତ ନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି । ଗତ ୧୧ ତାରିଖରେ ତାଙ୍କର ପରୀକ୍ଷା କରାଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ସିଡିଏମଓ ସୂଚନା ଦେଇଥିବା ରେମୁଣା ବିଧାୟକ ଫୋନ ମାଧ୍ୟମରେ କନକ ନ୍ୟୁଜକୁ କହିଛନ୍ତି ।ତେବେ ସବୁଠାରୁ ବଡ଼ କଥା ହେଲା କି, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂଶ୍ପର୍ସରେ ଆସିଥିଲେ । ତାଙ୍କ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତେବେ ପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ଆକ୍ରାନ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *