ସ୍ୱାମୀଙ୍କ ସହିତ ଝଗଡ଼ା କରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

ସୋନପୁର :-ସ୍ୱାମୀ ସହ ଝଗଡ଼ା କରି ମହାନଦୀ ବ୍ରିଜ ଉପରୁ ଡେଇଁ ପଡ଼ିଲେ ସ୍ତ୍ରୀ। ଆଜି ଏପରି ଘଟଣା ସୋନପୁର ଜିଲ୍ଲାରେ ଘଟିଛି। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଚଳାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ମହିଳାଙ୍କୁ ଉଦ୍ଧାର କରାଯାଇପାରିନି।ଉଲୁଣ୍ଡା ବ୍ଲକ କୁଲିହାକାନୀ ଗାଁର ନିତ୍ୟାନନ୍ଦ ସେଠୀ ଓ ତାଙ୍କ ପତ୍ନୀ ମୀରା ଆଜି ସଞ୍ଜ ବେଳେ ମହାନଦୀ ବ୍ରିଜ୍‌ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୀରା ବ୍ରିଜ୍‌ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନି। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତ ମେ ମାସରେ ମୀରାଙ୍କର ବାହାଘର ହୋଇଥିଲା।

Leave a Reply

Your email address will not be published. Required fields are marked *