ଘରେ ଆପଣା ଛାଏଁ ଲାଗି ଯାଉଛି ନିଆଁ

କେନ୍ଦ୍ରାପଡା:-ଘରେ ଆପଣାଛାଏଁ ଲାଗି ଯାଉଛି ନିଆଁ। ଦେଖୁ ଦେଖୁ ଏହି ନିଆଁରେ ଘରେ ଥିବା ପିନ୍ଧା ପୋଷାକ, ଲୁଗାପଟା , ବିଛଣା ଓ ଆସବାବପତ୍ର ବି ଜଳି ଯାଉଛି। ଏପରିକି ଘରେ ଥିବା ଚାଉଳ ବସ୍ତା, ଠାକୁରଙ୍କ ଫଟୋ ସମେତ ଘର ଆଗରେ ଥିବା ଚଉଁରାରେ ମଧ୍ୟ ଆପେଆପେ ନିଆଁ ଲାଗି ଯାଉଛି । ଏପରି ଅସ୍ୱାଭାବିକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ନୂଆଗାଁର ପ୍ରସନ୍ନ ସ୍ୱାଇଁଙ୍କ ଘରେ ଘଟୁଛି। କିଏ ଏହାକୁ ଭୌତିକ କାଣ୍ଡ କହୁଛି ତ କିଏ ଗୁଣିଗାରେଡି ସନ୍ଦେହ କରୁଛନ୍ତି। ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।ପ୍ରସନ୍ନଙ୍କ ପରିବାର ଘରୁ ରୋଷେଇ ଗ୍ୟାସ ସିଲିଣ୍ଡର ବାହାର କରି ଦେଇଛନ୍ତି। ଘରର ଛୋଟ ପିଲାମାନଙ୍କୁ ପଡିଶାଘରେ ରହିବାକୁ ଛାଡ଼ି ଦେଇଛନ୍ତି। ଘରର ବଡ଼ ଲୋକମାନେ ରାତି ଦିନ ଘର ଭିତରେ ଜଗି ରହୁଛନ୍ତି । ନିଆଁ ଲାଗିଲେ ସଙ୍ଗେ  ସଙ୍ଗେ ପାଣି ପକାଇ ତାହାକୁ  ଲିଭାଉଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ନିକଟରେ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ।

Leave a Reply

Your email address will not be published. Required fields are marked *