ଆଲିଆ ଭଟ୍ଟଙ୍କ ଭଉଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ

ମୁମ୍ବାଇ :-ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ମାସେ, କିନ୍ତୁ ଲୋକଙ୍କ ରାଗ ଶାନ୍ତ ହେବାର ନାଁ ନେଉନି। ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ଲୋକମାନେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି। ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ସେଲିବ୍ରିଟିଙ୍କୁ ବି କ୍ରମାଗତ ଟ୍ରୋଲ କରାଯାଉଛି। ଇତି ମଧ୍ୟରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ କହିଛନ୍ତି ଯେ, ତାଙ୍କୁ ଏବଂ ତାଙ୍କ ପରିବାରକୁ ଦୁଷ୍କର୍ମ ଏବହ ଜୀବନରୁ ମାରିଦେବାକୁ ଧମକ ମିଳୁଛି।ଶାହୀନ୍ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ସ୍କ୍ରିନସଟ୍ ସେୟାର କରି କହିଛନ୍ତି କି, କିପରି ଲୋକମାନେ ସୋସିଆଲ ମିଡିଆରେ ଭଟ୍ଟ ପରିବାର ବିରୁଦ୍ଧରେ ଅଶ୍ଳୀଳ କଥା ଲେଖୁଛନ୍ତି ତାହା ବର୍ଣ୍ଣନା କରିଛନ୍ତି। ଏହି ସ୍କ୍ରିନସଟରେ ଶାହୀନ୍ ତାଙ୍କୁ ପଠାଯାଇଥିବା କିଛି ମ୍ୟାସେଜ ମଧ୍ୟ ସେୟାର କରିଛନ୍ତି । ଏଗୁଡିକ ପୋଷ୍ଟ କରି ଶାହିନ୍ ଲେଖିଛନ୍ତି, ‘ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଛି କି? କାହିଁକି ? ଏହା ମୋତେ ଆଶ୍ଚର୍ଯ୍ୟ କରେ ନାହିଁ।

ଶାହୀନ୍ ଭଟ୍ଟ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ‘ଯେଉଁମାନେ ଅନଲାଇନରେ ଧମକ, ନିର୍ଯ୍ୟାତନା ଏବଂ ଲଜ୍ଜାଜନକ ଭଳି ମ୍ୟାସେଜ ପଠାଉଛନ୍ତି ସେମାନଙ୍କ ବିରୋଧରେ ମୁଁ ବର୍ତ୍ତମାନ ସ୍ୱର ଉତ୍ତୋଳନ କରିବି। ଯଦି କେହି ମୋତେ କିମ୍ବା ମୋ ପରିବାରକୁ ଏପରି ମ୍ୟାସେଜ ପଠାନ୍ତି, ତେବେ ସେମାନଙ୍କୁ କ୍ଷମା କରାଯିବ ନାହିଁ । ମୁଁ ପ୍ରଥମେ କମେଣ୍ଟ ବ୍ଲକ୍‌ କରିବି ଏବଂ ତା’ପରେ ଇନଷ୍ଟାଗ୍ରାମରେ ଅଭିଯୋଗ କରିବି । ମୁଁ ମଧ୍ୟ ଏଭଳି ଲୋକଙ୍କ ନାମ ସମାଜ ଆଗରେ ରଖିବି। ‘

ଶାହୀନ ଆଗକୁ ଆହୁରି ଲେଖିଛନ୍ତି କି, ଯେଉଁ ଲୋକମାନେ ମୋତେ ଖରାପ ମ୍ୟାସେଜ ପଠାଇବେ, ମୁଁ ସେମାନଙ୍କ ନାଁ ସହିତ ସେହିତ ମ୍ୟାସେଜକୁ ଇଣ୍ଟରନେଟରେ ପୋଷ୍ଟ କରିବି। ମୁଁ ଏଭଳି ଲୋକଙ୍କ ବିରୁଦ୍ଧରେ ଲିଗାଲ୍ ଆକ୍ସନ ମଧ୍ୟ ନେବି। ଯଦି କାହାରିକୁ ଲାଗୁଛି ଯେ, ଏହା ଚିହ୍ନଟ ହୋଇପାରିବ ନାହିଁ କାରଣ ସେ ଏକ ନକଲି ଆକାଉଣ୍ଟ୍ ସହିତ ଏହି ସବୁ କରୁଛନ୍ତି, ତେବେ ମମୁଁ କହି ରଖୁଛି ଯେ, ସେମାନଙ୍କର ଆଇପି ଟ୍ରାକ୍ ହୋଇପାରିବ । ବର୍ତ୍ତମାନ ତୁମେ ଲୁଚାଇବାକୁ ଚାହିଁଲେ ବି ଲୁଚାଇପାରିବ ନାହିଁ। କାହାକୁ ନିର୍ଯାତନା ଦେବା ଅପରାଧ ଅଟେ। ଏହା ସହିତ ଶାହୀନ ଭଟ୍ଟ କିଛି ପରିସଂଖ୍ୟାନ ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଭାରତରେ ପ୍ରତି ୧୫ ମିନିଟରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରାଯାଏ। ଏହା ସହିତ ଶାହୀନ୍ ମଧ୍ୟ ଇନଷ୍ଟାଗ୍ରାମରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *