କୋଭିଡ୍ ହସ୍ପିଟାଲରୁ ଚମ୍ପଟ ମାରିଲେ ୨ କରୋନା ଆକ୍ରାନ୍ତ,
ବ୍ରହ୍ମପୁର:- ବ୍ରହ୍ନପୁର କୋଭିଡ୍ ହସପିଟାଲରୁ ୨ କରୋନା ଆକ୍ରାନ୍ତ ଚମ୍ପଟ ମାରିଛନ୍ତି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଏହି ଦୁଇ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ସୂଚନାନୁସାରେ, ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ସେମାନଙ୍କର କରୋନା ଟେଷ୍ଟ୍ କରାଯାଇଥିଲା । ଯାହା ପଜିଟିଭ୍ ଆସିଥିଲା । ପଜିଟିଭ୍ ଆସିବା ପରେ ଉଭୟଙ୍କୁ ଟାଟା କୋଭିଡ ହସପିଟାଲ ନିଆଯାଉଥିଲା । ତେବେ ସେଠାରୁ ସେମାନେ ଚମ୍ପଟ ମାରିଛନ୍ତି । ଗତ ୧୨ ତାରିଖରୁ ଏମାନେ ଚମ୍ପଟ ମାରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତ ଏନେଇ ସୂଚନା ଦେଇଛନ୍ତି ।