କୋରାପୁଟ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ହଟସ୍ପଟ ଜିଲ୍ଲା ମନା

କୋରାପୁଟ:- କୋରାପୁଟ ଜିଲ୍ଲାରୁ କରୋନା ହଟସ୍ପଟ୍ ଜିଲ୍ଲାକୁ ସରକାରୀ କର୍ମଚାରୀଙ୍କୁ ଯିବା ମନା । ଏନେଇ କଟକଣା ଜାରି କରିଛନ୍ତି କୋରାପୁଟ ଜିଲ୍ଲାପାଳ । ଅତି ଜରୁରୀ ନଥିଲେ ଯିବାକୁ ମନା କରାଯାଇଛି । ଯଦି ଯାଇଥିବେ ତେବେ ଫେରିଲା ପରେ ରହିବେ ୧୪ ଦିନିଆ ସଂଗରୋଧରେ । ସେହିପରି ଜିଲ୍ଲାକୁ ବାହାର ଜିଲ୍ଲାର ଲୋକଙ୍କ ଯିବା ଆସିବା ଉପରେ ରୋକ୍ ଲଗାଇବାକୁ ଜିଲ୍ଲାର ଲକ୍ଷ୍ମୀପୁର ଓ ପଟାଙ୍ଗିରେ ୨ଟି ଚେକିଂ ପଏଂଟ କରାଯାଇଛି । ଏହି ନିୟମ ଭାଙ୍ଗିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।ହଟସ୍ପଟ୍ ଜିଲ୍ଲାରୁ କୋରାପୁଟକୁ ସଂକ୍ରମଣ ବ୍ୟାପୁଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । ଗତ ୪୮ ଘଂଟାରେ ଅଧିକ ସଂଖ୍ୟାରେ ସରକାରୀ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ମଧ୍ୟ ଚିନ୍ତାରେ ପଡିଛି ।

Leave a Reply

Your email address will not be published. Required fields are marked *