ସବ୍ୟସାଚୀଙ୍କ ପାଇଁ ପଡିଲା ହାତଗଣ୍ଠି: ତାମିଲନାଡୁରେ ଫସିଥିବା କଳ୍ପନାଙ୍କୁ ଫେରାଇ ଆଣିଥିଲେ

କଟକ:-ସବୁ ପ୍ରସ୍ତୁତି ସରିଥିଲା । ହାତଗଣ୍ଠି ପଡ଼ିଥାନ୍ତା । ପାଣି ଫେରିଦେଲା ମହାମାରୀ କରୋନା । କନ୍ୟା ରହିଗଲେ ତାମିଲନାଡୁରେ, ପୁଅ ଓଡ଼ିଶାରେ । କେମିତି ହେବ ବାହାଘର । ଶେଷରେ ସାହା ହେଲେ ଅଭିନେତା ସବ୍ୟସାଚୀ । ସଂଯୋଗର ସାଥୀ ହୋଇ ସାହାଯ୍ୟରେ ହାତ ବଢ଼ାଇଲେ । ଖାଲି ସାହାଯ୍ୟ ତ କଲେନି ବରଂ ସେମାନଙ୍କ ହାତ ଗଣ୍ଠି ପକାଇଲେ । ଘରେ ରହି ଭର୍ଚୁଆଲ୍‌ ମାଧ୍ୟମରେ ବରକନ୍ୟାଙ୍କୁ ଆଶୀର୍ବାଦ ଦେଲେ ।

ଘଟଣା ସମ୍ପର୍କରେ ସବ୍ୟସାଚୀ କହିଛନ୍ତି, କଟକ ଚୌଦ୍ୱାରର କଳ୍ପନା ପଟ୍ଟନାୟକ । ଟେଲରିଂ ତାଲିମ୍‌ ନେବା ପରେ କାମ କରିବାକୁ ତାମିଲନାଡ଼ୁ ଯାଇଥିଲେ । ଗତ ଜାନୁଆରୀ ୨୬ ତାରିଖରେ ତାମିଲନାଡ଼ୁ ତିରୁପୁରରେ ପହଞ୍ଚିଥିଲେ । କରୋନା ବ୍ୟାପିବା ପରେ କଳ୍ପନାଙ୍କ ସମେତ ସବୁ ଝିଅ କମ୍ପାନି ଛାଡ଼ି ଘରକୁ ଫେରିବାକୁ ଚାହିଁଲେ । କମ୍ପାନି କିନ୍ତୁ ସେମାନଙ୍କୁ ଛାଡ଼ିଲା ନାହିଁ । ଏହା ଜାଣିବା ପରେ କଳ୍ପନା ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ମୋ ସହିତ ଯୋଗାଯୋଗ କରିଥିଲେ । ପରେ ମୁଁ ସେଠାକାର ପୁଲିସ ଓ ଓଡ଼ିଆ ସଂଘର ସହଯୋଗ ଲୋଡ଼ିଲି । ପୁଲିସ ଅଧିକାରୀ ଜେ.କେ ପାଢ଼ୀ, ବିଭୂତି ଓ ଧୀରେନଙ୍କ ସହାୟତାରେ କମ୍ପାନି ସହ କଥାବାର୍ତ୍ତା କଲି । ସମସ୍ତଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସ୍ୱତନ୍ତ୍ର ବସ୍‌ର ବ୍ୟବସ୍ଥା କଲି । ଏହାପରେ କଳ୍ପନା କ୍ୱାରେଣ୍ଟାଇନରେ ରହିଥିଲେ । ବସ୍‌ରେ କଳ୍ପନାଙ୍କ ସହିତ ୪୦-୪୫ ଜଣ ଗତ ଜୁନ୍‌ ୧୭ରେ ଓଡ଼ିଶାରେ ପହଞ୍ଚିଥିଲେ । ଖୁସିର କଥା ଅଟକିଥିବା କଳ୍ପନାଙ୍କ ବାହାଘର  ସମ୍ପନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *