ସାମାନ୍ୟ ଲକ୍ଷଣ ଥିଲେ ଘରେ ରହିପାରିବେ କରୋନା ରୋଗୀ
ଘରେ ରହିପାରିବେ କରୋନା ଆକ୍ରାନ୍ତ । ସାମାନ୍ୟ ଲକ୍ଷଣ ଥିଲେ ଘରେ ରହିବାକୁ ସରକାର ନେଉଛନ୍ତି ନିଷ୍ପତ୍ତି । ଖୁବଶୀଘ୍ର ଏନେଇ ଘୋଷଣା କରିପାରନ୍ତି ସରକାର । ତେବେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।ତେବେ ସବୁଠାରୁ ବଡ କଥା ହେଉଛି ସହରାଞ୍ଚଳରେ ଏହି ସୁବିଧା ଦିଆଯିବ । ଏଣିକି ସର୍ତମୂଳକ ଭାବେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଘରେ ରହି ଚିକିତ୍ସା ହୋଇପାରିବେ । ୧୧୪ ପୌରାଞ୍ଚଳ, ବ୍ଲକ ହେଡ କ୍ୱାଟର, ଜିଲ୍ଲା ହେଟ କ୍ୱାଟରରେ ସର୍ତ୍ତ ସହ ଘରେ ରହିବାକୁ ସରକାର ଅନୁମତି ଦେଇଛନ୍ତି ।