ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ପୋଖରୀପୁଟ ଡିଏଭିର ୧୦୦% ସଫଳତା

ଭୁବନେଶ୍ୱର:- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଉକ୍ତ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ମୋଟ ୨୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୦ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନ ବିଭାଗରେ ବିଦ୍ୟାଳୟର ସାମଗ୍ରିକ ହାର ୮୯.୧୭ ପ୍ରତିଶତ ଥିବାବେଳେ ବାଣିଜ୍ୟ ବିଭାଗରେ ୮୬.୯୬ ପ୍ରତିଶତ ରହିଅଛି । ଦିଶା ଗାୟତ୍ରୀ ନାହାକ ୯୭.୦୦୬ ନମ୍ବର ସହ ପ୍ରଥମ, ସାଇ ପ୍ରସନ୍ନ ପଣ୍ଡା, ଦେବଜିତ୍‌ ଗୋସ୍ଵାମୀ ଏବଂ ନେହା ବିଶ୍ଵାଳ ୯୬.୬୦% ରଖି ଦ୍ବିତୀୟ ଏବଂ ୯୬,୪୦% ନମ୍ବର ସହ ଲୋପିତା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ବାଣିଜ୍ୟ ବିଭାଗରେ ଅଜୟ ଦେବତା ୯୭.୬୦% ନମ୍ବର ସହ ପ୍ରଥମ, କ୍ରିତିକା ପଟ୍ଟନାୟକ ୯୬,୬୦% ଦ୍ୱିତୀୟ ଏବଂ ୯୬,୦୦% ନମ୍ର ସହ ଶୁଭାଶିଷ ସ୍ଵାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଦିଶା ଗାୟତ୍ରୀ ନାହାକ ତାଙ୍କର ସଫଳତା ପାଇଁ ନିଜର କଠିନ ପରିଶ୍ରମ , ବିଦ୍ୟାଳୟର ଅଧ୍ୟକ୍ଷା , ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଜର ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି ।

ସେହିପରି ବାଣିଜ୍ୟ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଅଜୟ ଦେବତା ଭଗବାନଙ୍କ ଆଶୀର୍ବାଦ , ବିଦ୍ୟାଳୟର ଅଧକ୍ଷା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ପଥ ପ୍ରଦର୍ଶନ ଓ ପିତାମାତାଙ୍କ ଉଚିତ ପରାମର୍ଶକୁ ଗ୍ରହଣ କରି ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ବିଷୟଭିଭିକ ଶତପ୍ରତିଶତ ନମ୍ବର ରଖି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *