କ୍ୟାପିଟାଲ ହସ୍ପିଟାଲରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର :-କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର ଆଜି କରୋନା ସଂକ୍ରମିତ ହୋଇଛନ୍ତି । ମେଡିସିନ୍ ବିଭାଗର ସ୍ପେସିଆଲିଷ୍ଟ ବା ବିଶେଷଜ୍ଞଙ୍କ କରୋନା ପଜିଟିଭ୍ ଆସିଥିବା ନେଇ ବିଳମ୍ବିତ ରାତିରେ ସୂଚନା ମିଳିଛି । ସେହିପରି କ୍ୟାପିଟାଲ ହସ୍ପିଟାଲ ଫିଭର କ୍ଲିନିକର ଡାଟା ଏଣ୍ଟ୍ରି ଅପରେଟଙ୍କ ନମୁନା ବି ପଜିଟିଭ ଆସିଛି ।
ଜଣଙ୍କ ପରେ ଜଣେ କରୋନା ଯୋଦ୍ଧା ସଂକ୍ରମିତ ହେବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ପୂର୍ବରୁ ହସ୍ପିଟାଲର ୪ ଜଣ ଷ୍ଟାଫ୍ନର୍ସଙ୍କ କରୋନା ପଜିଟିଭ୍ ଆସିଥିଲା । ପୁଷ୍ଟିସାଧନ କେନ୍ଦ୍ରରେ ଜଣେ ମାଆ, ରେଡକ୍ରସର ଜଣେ ଲ୍ୟାବ୍ ଟେକ୍ନିସିଆନ୍, ଶିଶୁ ଓ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଦୁଇ ଜଣଙ୍କ ନମୁନା ପଜିଟିଭ୍ ଆସିଥିଲା । ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରୁ ୧୨ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ରୁ ଅଧିକ ଜଣ କୋଭିଡ୍ ଯୋଦ୍ଧାଙ୍କ ପଜିଟିଭ୍ ଆସିଛି ।