ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ
ଭୁବନେଶ୍ୱର :-ମାଟ୍ରିକ ପରୀକ୍ଷା ଖାତା ଦେଖା ସରିଯାଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ । ତେବେ ପୂର୍ବରୁ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯାଇଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ଓଡିଶାରେ ୨ ହଜାର ୮୮୮ କେନ୍ଦ୍ରରେ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ଯାହାକି ପରୀକ୍ଷା ସମୟରେ ନଜର ରଖାଯାଇଥିଲା । ତେବେ ପରୀକ୍ଷା ପରେ ୬୦ କେନ୍ଦ୍ରରେ ଖାତା ଦେଖାଚାଲିଥିଲା । ଖାତାଦେଖା ପାଇଁ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ । ଏବେ ଖାତାଦେଖା ସରିଛି । ଖୁବଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।