ବିବାଦରେ ‘ସଡକ-୨’ ଫିଲ୍ମର ପୋଷ୍ଟ: ମହେଶ ଭଟ୍ଟ ପରିବାର ବିରୋଧରେ ମାମଲା ରୁଜୁ

ମୁମ୍ବାଇ :-ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିୟା ଭଟ୍ଟଙ୍କର ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ‘ସଡକ-୨’ ବିବାଦ ଘେରକୁ ଟାଣି ହୋଇଯାଇଛି । ଫିଲ୍ମର ପୋଷ୍ଟର ହିନ୍ଦୁଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ କରି ଜଣେ ସାମାଜିକ କର୍ମୀ ଏବଂ ଜଣେ ଓକିଲ ଆଲୟାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଆଲିୟାଙ୍କ ବ୍ୟତୀତ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।ଫିଲ୍ମ ପୋଷ୍ଟରରେ କୈଳାଶ ମାନସରୋବର ଛବିକୁ ଅପମାନଜନକ ଭାବେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ପୋଷ୍ଟରରେ କୌଳାଶ ପର୍ବତ ଠାରୁ ଅଧିକ ଅଭିନେତା ଅଭିନେତ୍ରୀମାନଙ୍କ ଉପରେ ଗୁରୁତ୍ୱାରୋପ ହୋଇଛି । ଏଣୁ ଶିବଙ୍କ ବାସସ୍ଥାନ ବୋଲାଉଥିବା କୈଳାଶର ମହତ୍ତ୍ୱ କମିଯାଉଥିବା ଅଭିଯୋଗରେ ଉଲ୍ଲେଖ ଅଛି । ଆଇପିସି ଧାରା ୨୯୫(କ) ଏବଂ ୧୨୦(ଖ) ଅଧୀନରେ ଦାୟର ହୋଇଥିବା ଏହି ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୮ରେ ହେବ।ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ମହେଶ ଭଟ୍ଟଙ୍କୁ ସୋସିଆଲ ମିଡିଆରେ ଭରପୂର ଟ୍ରୋଲ କରାଯାଉଛି । ମହେଶ ଭଟ୍ଟ ହିଁ ନେପୋଟିଜିମର ଜନକ ବୋଲି ଅନେକ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *