ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ପଦ ପାଇଁ ହର୍ଷବର୍ଦ୍ଧନ ଭାରତର ପ୍ରାର୍ଥୀ

ନୂଆଦିଲ୍ଲୀ:-ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ପଦ ପାଇଁ ଆସନ୍ତା ୨୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପଦ ପାଇଁ ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଦେଶ ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି । ତେବେ ହର୍ଷବଦ୍ଧନ ଏହି ପଦ ପାଇଁ ନିର୍ବିରୋଧରେ ବିଜୟୀ ହେବାର ସମ୍ଭାବନା ରହିଛି । ଡବ୍ଲ୍ୟୁଏଚ୍‌ଓର ୩୪ ଜଣିଆ କାର୍ଯ୍ୟନିର୍ବାହୀ ବୋର୍ଡରେ ତାଙ୍କର କାର୍ଯ୍ୟକାଳ ରହିବ ତିନିବର୍ଷ । ସେ ବିଜୟୀ ହେଲେ ଡଃ ଏଚ୍‌. ନାକାଟାନୀଙ୍କ ସ୍ଥାନରେ କାର୍ଯ୍ୟକରିବେ । ଉଲ୍ଲେଖଯୋଗ୍ୟ ଯେ, ରାଜନୀତିରେ ପ୍ରବେଶ ପୂର୍ବରୁ ଇଏନ୍‌ଟି ବିଭାଗର ଡାକ୍ତର ଭାବେ କାର୍ଯ୍ୟ କରିଥିବା ଡଃ ହର୍ଷବର୍ଦ୍ଧନ ଏବେ କରୋନା ବିରୋଧୀ ଲଢ଼େଇରେ ଭାରତର ନେତୃତ୍ୱ ନେଉଛନ୍ତି । ଚଳିତ ବର୍ଷ କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ପଦ ନୂଆଦିଲ୍ଲୀକୁ ଦେବା ପାଇଁ ଗତବର୍ଷ ଡବ୍ଲୁୃ୍ୟଏଚ୍‌ଓର ଦକ୍ଷିଣ-ପୂର୍ବ ଏସିଆ ଗ୍ରୁପ୍‌ ସର୍ବସମ୍ମତ ଭାବେ ନିଷ୍ପତ୍ତି ନେଇଥିଲା ।

Leave a Reply

Your email address will not be published. Required fields are marked *