ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ,
ଜୟପୁର,:–ରାଜସ୍ଥାନରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ବିରୋଧରେ ଆୟକର ବିଭାଗ ଆକ୍ସନ ନେବା ଆରମ୍ଭ କରିଦେଇଛି । ଆୟକର ବିଭାଗର ୨୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଦିଲ୍ଲୀ ଓ ରାଜସ୍ଥାନର ଅନେକ ସ୍ଥାନରେ ଚଢାଉ କରିଛନ୍ତି । ଗେହଲଟଙ୍କ ସହଯୋଗୀ ଧର୍ମେନ୍ଦ୍ର ରାଠୋର ଓ ରାଜୀବ ଆରୋରାଙ୍କ ଘରେ ବିଭାଗ ରେଡ୍ କରିଛି ।
ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟ ତଥା ଜ୍ୱେଲାରୀ ଫାର୍ମର ମାଲିକ ରାଜୀବ ଆରୋରାଙ୍କ ଘରେ ସୋମବାର ସକାଳେ ଆୟକର ବିଭାର ରେଡ୍ କରିଛି । ତେବେ ସ୍ଥାନୀୟ ପୋଲିସକୁ ଏହି ଚଢାଉ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ବିଭାଗ ସିଆରପିଏଫ ସହ ମିଶି ଏହି ରେଡ୍ କରିଛି ।
ରାଜୀବଙ୍କ ବ୍ୟତୀତ ଧର୍ମେନ୍ଦ୍ର ରାଠୋରଙ୍କ ଘର ଓ ଅଫିସରେ ବିଭାଗ ଚଢାଉ କରିଛି । ଧର୍ମେନ୍ଦ୍ର ଗେହଲଟଙ୍କ ବହୁତ ଖାସ୍ ଅଟନ୍ତି । ଏପରିକି ବିବାଗ ସେମାନଙ୍କ ଦେଶ ବାହାରେ ହୋଇଥିବା ଅର୍ଥ ନେଣଦେଣ ବାବଦରେ ମଧ୍ୟ ଖୋଳତାଡ ଆରମ୍ଭ କରିଛି । ଏକକାଳିନ ୨୪ଟି ସ୍ଥାନରେ ଚଢାଉ କରାଯାଉଛି ।
ଏହି ଚଢାଉକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି । ଗେହଲଟ୍ ସରକାରକୁ ଅସ୍ଥିର କରିବା ପାଇଁ ବିଜେପି ଏପରି କରୁଥିବା କଂଗ୍ରେସ ଅଭିଯୋଗ କରିଛି ।