କଟକରେ ୯ ନୂଆ କରୋନା ପଜିଟିଭ୍ ଚିହ୍ନଟ

କଟକ:- କଟକରେ ରବିବାର ୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ କ୍ୟାନସର ହସ୍ପିଟାଲରୁ ଚିହ୍ନଟ ହୋଇଥିଵା ବେଳେ ୪ ଜଣ କରୋନା ଯୋଦ୍ଧା ରହିଛନ୍ତି। ଅନ୍ୟ ଜଣେ ସିଡିଏ ସେକ୍ଟର-୯ ରେ ହୋମ୍‌ କ୍ବାରାଣ୍ଟାଇନ୍ ରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ଭଲ ଖବର ହେଉଛି ଯେ ଏମାନଙ୍କ ମଧ୍ୟରୁ ୯୦ ଜଣ ଆରୋଗ୍ୟ ହୋଇସାରିଲେଣି। ଏହା ସହ ୨୪୮ ପଜିଟିଭ୍ ମଧ୍ୟରୁ କେବଳ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନରୁ ୧୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସହରରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ଵୋଲି ସି ଏମ୍ ସି କମିଶନର କହିଛନ୍ତି।

Leave a Reply

Your email address will not be published. Required fields are marked *