ରାତି ୮.୩୦ରୁ ୧୦.୩୦ ସୁଦ୍ଧା ଲ୍ୟାଣ୍ଡଫଲ୍‌ କରିପାରେ ଅମ୍ଫାନ,ପାରାଦୀପରେ ସର୍ବାଧିକ ୧୯୭.୧ମିମି ବର୍ଷା ରେକର୍ଡ

ଭୁବନେଶ୍ବର:-ରାତି ୮.୩୦ରୁ ୧୦.୩୦ ସୁଦ୍ଧା ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଅମ୍ଫାନ।  ଆସନ୍ତା ୬ ରୁ ୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିଛି।  ଦିନ ୪ଟା ରୁ ୫ଟା ଭିତରେ ଉପକୂଳ ଅତିକ୍ରମ କରିବ ବାତ୍ୟା ଅମ୍ଫାନ।  ଆସନ୍ତା ୨ ଘଣ୍ଟା ଭିତରେ ପାରାଦୀପ ଅତିକ୍ରମ କରିବ ବାତ୍ୟା ଅମ୍ଫାନ । ବର୍ତ୍ତମାନ ପାରାଦୀପରେ ଘଣ୍ଟାପ୍ରତି ପବନର ବେଗ ୧୦୨ କିଲୋମିଟର ରହିଛି। ବାତ୍ୟାର ସମୀକ୍ଷା କରି ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସମୁଦ୍ର କୂଳିଆ ଅଞ୍ଚଳର ଲୋକେ ପୁରା ଭୟଭୀତ ରହିଛନ୍ତି। ଆଇଏମ୍‌ଡିର ଆକଳନ ଅନୁଯାୟୀ, ବାତ୍ୟା ଅମ୍ଫାନ ଗତି କରୁଛି।

 ବାତ୍ୟା ଯେତିକ ପାଖେଇ ପାଖେଇ ଆସୁଛି, ପବନର ତୀବ୍ରତା ସେତିକି ବଢ଼ି ବଢ଼ି ଚାଲିଛି । ଅପରାହ୍ନ ୪ଟା ଯାଏଁ ପବନର ଭୀଷଣ ରୂପ ଦେଖିବାକୁ ମିଳିବ । ବର୍ତ୍ତମାନ ପୁରୀଠାରୁ ଦୂରରେ ରହିଛି ବାତ୍ୟା ଅମ୍ଫାନ୍ । ସନ୍ଧ୍ୟା ବେଳେ ବାଲେଶ୍ୱର ଓ ଭଦ୍ରକରେ ବର୍ଷାର ପରମାଣ ବଢ଼ିବ । ଦିନ ୧୧ଟା ପରେ ପାଣିପାଗ ଆହୁରି ଖରାପ ହେବ ବୋଲି ଆକଳନ କରାଯାଇଛି । ପୁରୀ, ପାରାଦୀପ, ଜଗତସିଂହପୁର ପାଇଁ ରହିବ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ପାରାଦୀପରେ ସର୍ବାଧିକ ୧୯୭.୧ମିମି ବର୍ଷା ରେକର୍ଡ । ଚାନ୍ଦବାଲିରେ ୬୦.୪ମିମି, ଭୁବନେଶ୍ୱରରେ ୪୫.୬ମିମି, ବାଲେଶ୍ୱରରେ ୫୨.୨ମିମି, ପୁରୀରେ ୮୨ମିମି , ଗୋପାଳପୁରରେ ୮.୬ମିମି ବର୍ଷା ହୋଇଥିବା ରେକର୍ଡ । ସେପଟେ ସାମୁଦ୍ରିକ ବାତ୍ୟା ଅମ୍ଫାନର ପ୍ରଭାବରୁ ଓଡିଶା ଉପକୂଳରେ ବଢିବାରେ ଲାଗିଛି ପବନର ବେଗ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାରାଦୀପରେ ଘଂଟା ପ୍ରତି ପବନର ବେଗ ରହିଛି ୧୦୬ କିମି । ଚାନ୍ଦବାଲିରେ ୭୪ କିମି, ଭୁବନେଶ୍ୱରରେ ୫୬ କିମି, ପୁରୀରେ ଘଂଟା ପ୍ରତି ୩୯ କିମି ବେଗରେ ପବନ ବହୁଛି । ପାରାଦୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ ସାମୁଦ୍ରିକ ବାତ୍ୟା ଅମ୍ଫାନ ପ୍ରାୟ ୧୨୫ କିଲୋମିଟର ଦୂରରେ ଗତି କରୁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ସାମୁଦ୍ରିକ ବାତ୍ୟା ଅମ୍ଫାନର ସ୍ଥଳ ଭାଗ ଛୁଇଁବାର ସ୍ଥାନ ଓ ସମୟ ପୂର୍ବ ପରି ସମାନ ରହିଛି । ଏହି ବାତ୍ୟା ଆଜି ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନ ନିକଟରେ ଭୁଖଣ୍ଡକୁ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି ଆଇଏମଡି ଆକଳନ କରିଛି । ଏହି ସମୟରେ ସର୍ବାଧିକ ପବନର ବେଗ ୧୮୫ କିଲୋମିଟର ଯାଏଁ ମଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *