ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ କଂଗ୍ରେସର ସଭାପତି ପଦରେ ନିଯୁକ୍ତ

ଅହମ୍ମଦାବାଦ:- ଗୁଜରାଟ କଂଗ୍ରେସ ହାର୍ଦ୍ଦିକ ପଟେଲଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତ କରିଛି। ହାର୍ଦ୍ଦିକ ପଟେଲଙ୍କୁ ଅଚାନକ ଏତେ ବଡ ଦାୟିତ୍ଵ ଦିଆଯିବା ପଛରେ କଂଗ୍ରେସ୍‌ କିଛି ବଡ ରଣନୀତି ଥାଇପାରେ। ପାଟିଦାର ଆନ୍ଦୋଳନରୁ ଲୋକଲୋଚନକୁ ଆସିଥିବା ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଅନେକ କେସ୍‌ ଚାଲିଛି। ଗତ ସମୟରୁ ହାର୍ଦ୍ଦିକ ପଟେଲ କଂଗ୍ରେସରେ ବହୁତ ସକ୍ରିୟ ଅଛନ୍ତି।

ହାର୍ଦ୍ଦିକ ପଟେଲଙ୍କୁ ତୁରନ୍ତ ପ୍ରଭାବରୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ଦେବା ନିଷ୍ପତ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ପକ୍ଷରୁ ନିଆଯାଇଛି। ଏହା ବ୍ୟତୀତ ମହେନ୍ଦ୍ର ସିଂହ ପରମାରଙ୍କୁ ଆନନ୍ଦ ଜିଲ୍ଲା, ଆନନ୍ଦ ଚୌଧୁରୀଙ୍କୁ ସୁରଟ ଏବଂ ୟାସିନ ଗଜ୍ଜନଙ୍କୁ ଦ୍ଵାରକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି।

ହାର୍ଦ୍ଦିକ ପଟେଲଙ୍କ ନିଯୁକ୍ତି ପରେ କଂଗ୍ରେସ ଆର୍ଥିକ ଭାବେ ସଂପନ୍ନ ପାଟିଦାର ସମୁଦାୟରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ଉଦ୍ୟମ କରିବ। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିବା ହାର୍ଦ୍ଦିକ ପଟେଲ ପାଟିଦାର ପାଇଁ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପ୍ରତିଶ୍ରୁତି ଦେଇ ନିର୍ବାଚନ ପ୍ରଚାର କରିଥିଲେ।

Leave a Reply

Your email address will not be published. Required fields are marked *