ଲକଡାଉନରେ ଏହି ରାଜ୍ୟରେ ବଢିଛି ଆତ୍ମହତ୍ୟା ମାମଲା,

ନୂଆଦିଲ୍ଲୀ:-କରୋନା ଲକଡାଉନ୍ ଯୋଗୁଁ ସାରା ଦେଶରେ ଏବେ ସୃଷ୍ଟି ହୋଇଛି ଆର୍ଥିକ ମାନ୍ଦାବସ୍ଥା। କେବଳ ଦେଶ ନୁହେଁ ସାରା ବିଶ୍ବରେ ମଧ୍ୟ ସମାନ ଅବସ୍ଥା ଜାରି ରହିଛି। ତେବେ ଏସବୁ ଭିତରେ ହିମାଚଳ ପ୍ରଦେଶରେ ଗତ ୬ ମାସରେ ମୋଟ ୨୩୭ ଜଣ ଆତ୍ମହତ୍ୟା କରିସାରିଲେଣି। ଏକାକୀ ଦୁଇ ମାସ ଅପ୍ରେଲ ଓ ମଇ ମାସରେ ୧୩୬ ଜଣ ଆତ୍ମହତ୍ୟା କରିସାରିଲେଣି।  ୩ ମାସ ଭିତରେ ଲକଡାଉନଠାରୁ  ୨୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିସାରିଲେଣି।

ମଇ ମାସରେ ୮୧ ଜଣ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ଲୋକଙ୍କ ଭିତରେ ୭୫ ପୁରୁଷ ଓ ୪୬ ମହିଳା ସାମିଲ ହୋଇଛନ୍ତି। ୨୦୨୦ରେ ସବୁଠାରୁ ଅଧିକ କେସ୍ ୫୪ଟି କାଙ୍ଗଡା ଜିଲ୍ଲାରେ ରିପୋର୍ଟ ହୋଇଥିଲା। ଏହାପରେ ମଣ୍ଡିରେ ୪୩ଟି କେସ୍ ସାମନାକୁ ଆସିଛି। ଶିମଲାରେ ୨୩, ସିରମୋରରେ ୨୦, କୁଲ୍ଲୁରେ ୧୫, ଉନାରେ ୨୧, ସୋଲାନରେ ୧୩, ବିଳାସପୁରରେ ୧୪, ଚମ୍ବାରେ ୬, ହମିରପୁରାରେ ୧୬, କିନ୍ନୋରରେ ୫ ଓ ବଦିରେ ୭ ଜଣ ଆତ୍ମହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *